Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବର୍ଣ୍ଣପୁର ଜିଲ୍ଲା ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ବିଧାୟକ ରଘୁନାଥ ଜଗଦଲl ଙ୍କୁ ସମ୍ବର୍ଦ୍ଧନା

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ର ନବ ନିର୍ବାଚିତ ବିଧାୟକ ଇଂ ରଘୁନାଥ ଜଗଦଲl ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନ ସଭା ଗୃହରେ ସାମାଜିକ କର୍ମୀ ଦୁର୍ଯ୍ଯୋଧନ ମେହେର ଙ୍କ ଅଧ୍ୟକ୍ଷତା କ୍ରମେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଜଗଦଲl ଯୋଗ ନେଇଥିଲେ I ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଳା ଯୁବ ସଭାପତି ସନ୍ତୋଷ କୁମାର ଭୋଇ, ଜିଲ୍ଲା ବିଜେପି ଉପ ସଭାନେତ୍ରୀ ନଳିନୀ ପଣ୍ଡା , ବିଜେପି ସାଧାରଣ ସମ୍ପାଦକ ବେଣୁଧର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ l ଉକ୍ତ ଅବସରରେ ଜିଲ୍ଲା ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ନବନିର୍ବାଚିତ ବିଧାୟକ ଙ୍କୁ ସମର୍ଦ୍ଧିତ କରିଥିଲେ I ବିଧାୟକ ଶ୍ରୀ ଜଗଦଲl ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ପ୍ରାଥମିକତା ଦେବେ ବୋଲି କହିଥିଲେ l କାର୍ଯ୍ୟକ୍ରମରେ ସିୟା ସଂଗଠନର ସମ୍ପାଦକ ସୁଦାମ ଗାଇଗରିଆ ସଂଯୋଜନା କରିଥିଲେ l ଏଥିସହ ହେଲ୍ପ ଟୁ ଅଦର୍ଶ , ପରମାନନ୍ଦ ବାଳାଶ୍ରମ ଜମିରl , ଉଲୁଣ୍ଡା ଯୁବ ସଂଗଠନ , ସିୟା ପରିବାର ଖଣ୍ଡହତl , ବୁଢ଼ାରଜା ଯୁବ ସଙ୍ଗଠନ ସୋନପୁର , ମହାନଦୀ ଯୁବ ସଂଗଠନ ବିନିକା, ସଂଘ ପରିବାର , ଶିକ୍ଷକ ସାମାଜ , ଲାଲ ବାହାଦୁର ଯୁବକ ସଂଘ ପ୍ରମୁଖ ନବ ନିର୍ବାଚିତ ବିଧାୟକ ଙ୍କୁ ସମର୍ଦ୍ଧିତ କରିଥିଲେ l