ବେଲଗୁଣ୍ଠା ରେ ଦେବସ୍ନାନ ପୂର୍ଣ୍ଣିମା


ବେଲଗୁଣ୍ଠା-୨୩/୬-ବେଲଗୁଣ୍ଠା ପେଣ୍ଠସାହି ଓ ବାଲିଡି ସାହିସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବିଧି ବିଧାନ ଅନୁସାରେ ଅନୁଷ୍ଠିତ ହୋଇଯାଇଛି I ଶନିବାର ପ୍ରାତଃ ୫ ଘଣ୍ଟା ୧୫ ମିନଟ୍ ସମୟରେ ଠାକୁରଙ୍କର ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିବା ବେଳେ ସକାଳ ୬ ଘଣ୍ଟା ୧୫ ମିନିଟ୍ ସମୟରେ ଦଧିବାମନ ଜୀଉ ସ୍ନାନ ବେଦୀକୁ ପହଣ୍ଡି ବିଜେ କରିଥିଲେ I ଏହା ସହିତ ବିଧିମୁତାବକ ସୂର୍ଯ୍ୟପୂଜା,କଳସ ପୂଜା କରାଯାଇ ଠାକୁର ମାନଙ୍କୁ ହଳଦୀ,ଦହି,ମହୁ, ଘୃତ, କ୍ଷୀର ସ୍ନାନ ସହ ୧୦୮ ଗରା ସୁବାସିନୀ ଜଳରେ ସ୍ନାନ କରାଯାଇଥିଲା Iଏହାପରେ ଦାରୁ ବ୍ରହ୍ମ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ I
ଗଜାନନ ବେଶ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଖଡୁରା ସମାଜ କଲ୍ୟାଣ ପରିଷଦର ବେଲଗୁଣ୍ଠା ଶାଖା ସଦସ୍ୟଙ୍କ ଦ୍ୱାରା ଘଣ୍ଟ ବାଦ୍ୟ ପରିବେଷଣ ହୋଇଥିଲା I ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା,ପଣ୍ଡିତ ଦୂର୍ଗା ପ୍ରସାଦ ପତି ଏବଂ ମନ୍ଦିର ଟ୍ରଷ୍ଟ୍ ବୋର୍ଡ୍ ସଦସ୍ୟଙ୍କ ଦ୍ୱାରା ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ ହୋଇଥିଲା Iସେହିପରି ବାଲିଡି ସାହିରେ ପବିତ୍ର କୁମାର ପଣ୍ଡା,କାଳୀ ପ୍ରସାଦ ସାମନ୍ତରା ପ୍ରମୁଖ ଦେବନୀତି ସମ୍ପନ୍ନ କରିଥିଲେ । ବଡ଼ଦାଣ୍ଡ ମନ୍ଦିର ଟ୍ରଷ୍ଟ୍ ବୋର୍ଡ୍ ନ୍ଯାସୀ ଚିଦାନନ୍ଦ ପାତ୍ର, ସଭ୍ୟ ସୁରେଶ ସାହୁ, ଅଶୋକ ସୁବୁଦ୍ଧି ଏବଂ ଗୌରୀ ଶଙ୍କର ପତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଅପରାହ୍ଣରେ ଦାରୁ ବ୍ରହ୍ମ ଅଣସର ଗୃହକୁ ବିଜେ ହୋଇଥିଲେ I