Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରୁଙ୍ଗଟା ମାଇନ୍ସରେ ଭୁଶୁଡ଼ିଲା ମେକାନିକାଲ ଷ୍ଟ୍ରକଚର; ୨ ମୃତ, ଏକାଧିକ ଶ୍ରମିକ ରହିଛନ୍ତି ଚାପି ହୋଇ

ଢେଙ୍କାନାଳ: ରୁଙ୍ଗଟା ମାଇନ୍ସ କାରଖାନାରେ ଅଘଟଣ । ମେକାନିକାଲ ଷ୍ଟ୍ରକଚର ଭୁଶୁଡି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଝାଡବନ୍ଧରେ ଥିବା ରୁଙ୍ଗଟା ମାଇନ୍ସରେ ଏହି ଅଘଟଣା ଘଟିଛି ।

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହୁରି ଅନେକ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ତେଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି । ଅଘଟଣରେ ମୃତ୍ୟୁବରଣ କରିଥିବା ୨ ମୃତକଙ୍କ ପରିଚୟ ମିଳିନାହିଁ । 

ଆଜି ସକାଳେ କାମ ଚାଲିଥିବା ବେଳେ ହଠାତ୍ ମେକାନିକାଲ ଷ୍ଟ୍ରକଚରଟି ଭୁଶୁଡ଼ି ପଡ଼ିଥିଲା।  ଏହି ସମୟରେ ଅନେକ ଶ୍ରମିକ ସେଠାରେ କାମ କରୁଥିଲେ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।   ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ତାହା ଜଣାପଡ଼ିନାହିଁ । ଅଘଟଣ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।