Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିସ୍ରା ଯାଇଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲେ ହାତୀପଳ

ବାଲେଶ୍ବର: ପରିସ୍ରା ଯିବାଥିବା ବେଳେ ବୃଦ୍ଧାଙ୍କୁ ଦଳି ମାରିଦେଲେ ହାତୀପଲ। ବାଲେଶ୍ୱର ଜିଲ୍ଲା ସନ୍ତରାଗଡିଆ ବିଟ୍ ଶ୍ରୀଦେଇପୁର ଗାଁରେ ଘଟିଛି ଘଟଣା । ମୃତ ବୃଦ୍ଧା ହେଲେ ପୁଣ୍ଟି ଦେଉରି ।

ଆଜି ଭୋର ସମୟରେ ପୁଣ୍ଟି ବାଡ଼ି ପଛକୁ ପରିସ୍ରା ଯାଇଥିଲେ । ଏହି ସମୟରେ ସେ ହାତୀ ପଲ ହାବୁଡ଼ରେ ପଡ଼ି ଯାଇଥିଲେ । ପୁଣ୍ଟିକୁ ହତୀପଲ ଦଳି ଦେଇଥିଲେ।

ପୁଣ୍ଟିଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ । ହାତୀ ପଲଙ୍କୁ ଘଉଡାଇବା ସହ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଣ୍ଟିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories