Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟ୍ରାକ୍ଟର ଧକ୍କାରେ ନାବାଳକ ମୃତୁ

ବେଲଗୁଣ୍ଠା, 25/06, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମରେ ଏକ ଟ୍ରାକ୍ଟର୍ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ଘଟଣା ଗ୍ରାମରେ ଶୋକର ଛାୟା ଖେଳାଇଦେଇଛି I ମୃତ ନାବାଳକ ଜଣକ ହେଲେ ପାଲକଷଣ୍ଢା ଗ୍ରାମର ରବି ନରାୟଣ ବିଷୋୟୀଙ୍କ ସାନ ପୁଅ ଶ୍ରୀତମ କୁମାର ବିଷୋୟୀ (15) I ଏନେଇ ମୃତ ନାବାଳକର ପିତା ରବି ନାରାୟଣ ବିଷୋୟୀ ଗାଙ୍ଗପୁର ଥାନାରେ ନଏକ ଏତାଲା ପ୍ରଧାନ କରିଛନ୍ତି I ରବି ନାରାୟଣଙ୍କ ଏତାଲା ପ୍ରକାରେ ଆଜି ସକାଳ 9 ଘଣ୍ଟା ସମୟରେ ରବି ନାରାୟଣ ବିଲ କାମ ସାରି ସାନପୁଅ ଶ୍ରୀତମ ସହିତ ଘରକୁ ଫେରୁଥିବା ବେଳେ ଗ୍ରାମର ମଝି ଅକଟା ନାମକ ସ୍ଥାନରେ ଏକ ଟ୍ରାକ୍ଟର ଶ୍ରୀତମଙ୍କର ସାଇକେଲ୍ କୁ ଧକ୍କା ଦେବା ଫଳରେ ଶ୍ରୀତମ ଛିଟିକି ପଡ଼ିଥିଲା I ଫଳରେ ଶ୍ରୀତମର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା I ଶ୍ରୀତମକୁ ଘଟଣା ସ୍ଥଳରୁ ଉଦ୍ଧାର କରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ସେଠାରେ ଡ଼ାକ୍ତର ଶ୍ରୀତମଙ୍କୁ ମୃତ ଘୋଷଣା କରିଥିଲେ I ଏ ନେଇ ଗାଙ୍ଗପୁର ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।