Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦ୍ବିତୀୟ ଥର ପାଇଁ ବାଚସ୍ପତି ହେଲେ ଓମ୍ ବିର୍ଲା

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା। ୧୮ତମ ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିଲେ ଓମ୍‌ ବିର୍ଲା। ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଧ୍ୱନୀ ମତରେ ଏହି ନିଷ୍ପତ୍ତି ନିଆଯାଇଛି। ବାଚନିକ ଭୋଟରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଓମ୍‌ ବିର୍ଲାଙ୍କୁ ନିଜ ଆସନ ଯାଏ ନେଇ ଦାୟିତ୍ୱ ଗ୍ରହଣ କରାଇଛନ୍ତି। ଆଜି ଲୋକସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ତାଙ୍କ ନାଁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ।
ନରେନ୍ଦ୍ର ମୋଦି। ପ୍ରସ୍ତାବକୁ ଏନଡିଏ ସହଯୋଗୀ ଦଳ ସମର୍ଥନ କରିଥିଲେ। ଏହାପରେ ବାଚନିକ ଭୋଟରେ ଓମ୍ ବିର୍ଲା ବିଜୟୀ ହୋଇଥିବା ଘୋଷଣା କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ମୁଁ