Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ଦଫା ଦାବି ନେଇ ପିଇଓ ଙ୍କ ଜରିଆରେ ଦାବିପତ୍ର ଦେଲେ ଆମପାଣି ପଞ୍ଚାୟତ ୱାର୍ଡ ପ୍ରତିନିଧି।

କଳାହାଣ୍ଡି:୨୬/୦୬(ସନତ ପ୍ରଧାନୀ)
ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରତି ୱାର୍ଡ଼ ରେ ନିର୍ବାଚିତ ୱାର୍ଡ଼ ପ୍ରତିନିଧି ମାନେ ତୃଣମୂଳ ସ୍ତରରେ ପଞ୍ଚାୟତ ର କାର୍ଯ୍ୟ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ବେଳେ ରାଜ୍ୟ ସରକାର ଙ୍କୁ ବିଗତ ସମୟରେ ୱାର୍ଡ଼ ପ୍ରତିନିଧି ମାନେ ବିଭିନ୍ନ ଦାବି ନେଇ ଅଭିଯୋଗ କରି ଆସୁଛନ୍ତି। ତେବେ ରାଜ୍ୟ ସରକାର ସଙ୍ଘ ର ଦାବି ପୂରଣ ଦିଗରେ ଅଣଦେଖା କରୁଥିବା ଅଭିଯୋଗ ହୋଇ ଆସୁଛି। କଳାହାଣ୍ଡି ଜିଲ୍ଲା ସଙ୍ଘ ର ନିଷ୍ପତ୍ତି କ୍ରମେ ନୂତନ ରାଜ୍ୟ ସରକାର ଙ୍କୁ ପୁଣିଥରେ ଦାବି ସମ୍ପର୍କରେ ଅବଗତ କରାଇବା ପାଇଁ ସଙ୍ଘ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମ ରେ କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ସ୍ଥାନୀୟ ପିଇଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଉଛି। ବୁଧବାର ଆମପାଣି ଗ୍ରାମ ପଞ୍ଚାୟତ ର ୱାର୍ଡ଼ ପ୍ରତିନିଧି ମାନେ ୫ ଦଫା ସମ୍ବଳିତ ଦାବିପତ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରିଶ ଚନ୍ଦ୍ର ନାଏକ ଓ ସ୍ଥାନୀୟ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ଙ୍କ ଉପସ୍ଥିତି ରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି। ୫ ଦଫା ଦାବି ମଧ୍ୟରେ ୱାର୍ଡ଼ ପ୍ରତିନିଧି ଙ୍କ ମାସିକ ୪୫୦ ଟଙ୍କା ଭତ୍ତା କୁ ବର୍ଦ୍ଧିତ କରି ୬ ହଜାର କରିବା, କାର୍ଯ୍ୟକାଳ ଅବଧି ଶେଷ ପରେ ୨ ହଜାର ଟଙ୍କା ଭତ୍ତା ପ୍ରଦାନ,ଦୁର୍ଘଟଣା ଜନିତ କିମ୍ବା ଅପ୍ରାକୃତିକ ମୃତ୍ୟୁ ହେଲେ ୧୦ ଲକ୍ଷ ଓ ଶାରୀରିକ କ୍ଷତି ପାଇଁ ୫ ଲକ୍ଷ ଟଙ୍କା ର ବୀମା ପ୍ରଦାନ,ପଞ୍ଚାୟତ ର ସମସ୍ତ ଉନ୍ନୟନ କାର୍ଯ୍ୟ ରେ ସାମିଲ କରିବା ଓ ପଞ୍ଚାୟତ ର ସମସ୍ତ ଯୋଜନା ରେ ୱାର୍ଡ ମେମ୍ବର ଙ୍କୁ ସହଭାଗିତା ପ୍ରଦାନ ବାଧ୍ୟତାମୂଳକ କରିବା ଭଳି ଦାବି ରହିଅଛି। ଦାବିପତ୍ର ପ୍ରଦାନ ସମୟରେ ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ, ଶ୍ୟାମ ସୁନ୍ଦର ମାଝୀ, ନୃପରାଜ ନାଏକ,ଦୁର୍ଗା ବେଶ୍ରା,ଜୟନ୍ତ ମାଝୀ, ଅର୍ଜୁନ ମାଝୀ, ତୁଳସା ମାଝୀ, ଲିଲିମୟୀ ସାହୁ,ଡାଲିମ୍ବ ବାଗ, ଉର ପୁଝାରି ପ୍ରମୁଖ ୱାର୍ଡ଼ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ