Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଖି ବୁଜିଲା ନନ୍ଦନକାନନର ବାଘୁଣୀ ସାରା

ଭୁବନେଶ୍ବର: ନନ୍ଦନକାନନରେ ଏକ ବାଘୁଣୀ ମୃତ୍ୟୁ ଘଟିଛି । ମୃତ ବାଘୁଣୀ ହେଲା ସାରା । ମୃତ୍ୟୁ ବେଳକୁ ତାକୁ ୧୯ ବର୍ଷ ହୋଇଥିଲା । ୨୦୦୯ ମସିହାରେ ନନ୍ଦନକାନନକୁ ଆସିଥିଲା ସାରା । ବାଘ ସଫାରୀର ୩୩ ନମ୍ବର ଖୁଆଡ଼ରେ ରହୁଥିବା ସାରା ବାର୍ଦ୍ଧକ୍ଯ କାରଣରୁ କିଛି ବର୍ଷ ହେଲା ଅସୁସ୍ଥ ହୋଇପଡ଼ିଥିଲା । ଖାଇବା ପିଇବା ଛାଡ଼ି ଫିଡିଂ ଚାମ୍ବରରେ ପଡ଼ି ରହୁଥିଲା । ସାଲାଇନ, ଇଞ୍ଜେକ୍ସନ ଓ ଭିଟାମିନ ଦେଇ ବାଘୁଣୀକୁ ସୁସ୍ଥ କରିବାକୁ ସ୍ବତନ୍ତ୍ର ଡାକ୍ତରୀ ଦଳ ଉଦ୍ଯମ କରିଥିଲେ । ହେଲେ ଶେଷରେ ତାର ମୃତ୍ଯୁ ଘଟିଛି ।
୪ ବର୍ଷର ହୋଇଥିବା ସମୟରେ ୨୦୦୯ ମସିହା ଏପ୍ରିଲ ମାସରେ ମଧ୍ଯପ୍ରଦେଶର ଭୋପାଳ ଚଡ଼ିଆଖାନାରୁ ସାରାକୁ ନନ୍ଦନକାନନ ଅଣାଯାଇଥିଲା । ସେ ନନ୍ଦନକାନନର ଶୋଭାବର୍ଦ୍ଧନ କରୁଥିବାବେଳେ ଧଳାବାଘ ରିଷି ସହ ତାର ମିଳନ ଘଟି ୨୦୧୨ରେ ତିନୋଟି ବାଘୁଣୀ ଜନ୍ମ ହୋଇଥିଲେ । ସାରାର ବିୟୋଗରେ ପର୍ଯ୍ୟଟକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ସାରାର ମୃତ୍ଯୁ ପରେ ନନ୍ଦନକାନନରେ ବାଘ ସଂଖ୍ଯା ୨୬କୁ ଖସି ଆସିଛି ।