Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଷ୍ଟଣ୍ଟ ଦେଖାଇବା ହେଲା କାଳ: ଆମ୍ବୁଲାନ୍ସକୁ ଧକ୍କା ଦେଲା ବାଇକ୍, ଜଣେ ମୃତ

କନ୍ଧମାଳ: ଯୁବ ବର୍ଗଙ୍କୁ ଘାରିଛି ଷ୍ଟଣ୍ଟ ନିଶା । ସ୍ଥାନ, କାଳ ପାତ୍ର ନଦେଖି ଯେଉଁଠି ଚାହୁଁଛନ୍ତି ସେଇଠି ଷ୍ଟଣ୍ଟ ଦେଖାବାକୁ ପଛାଉ ନାହାନ୍ତି । ଏପରିକି କିଛି ସମୟରେ ଏପରି ବିପଦଜ୍ଜନକ ଷ୍ଟଣ୍ଟ ମୃତ୍ୟୁର କାରଣ ପାଲଟୁଛି । କନ୍ଧମାଳରେ ଏମିତି ଷ୍ଟଣ୍ଟ ଦେଖାଇବାକୁ ଯାଇ ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଷ୍ଟଣ୍ଟ ଦେଖାଇବାକୁ ଯାଇ ଯୁବକ ଜଣଙ୍କ ତାଙ୍କ ବାଇକକୁ ଏକ ଆମ୍ବୁଲାନ୍ସ ସହ ପିଟିଛନ୍ତି । ଏହାସହ ପଛରୁ ଆସୁଥିବା ଆଉ ଏକ ବାଇତ ସେମାନଙ୍କ ସହ ପିଟି ହୋଇଛି । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ ନିକଟରେ ।
ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣାରୁ ଭଞ୍ଜନଗର ମୃତଦେହ ନେଇ ଯାଉଥିଲା । ଏହି ସମୟରେ ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଥିଲା । ଆମ୍ବୁଲାନ୍ସକୁ ଏକ ସ୍ପୋର୍ଟସ ବାଇକ ଧକ୍କା ଦେଇଥିଲା । ଭାରସାମ୍ୟ ହରାଇ ପଛରୁ ଆସୁଥିବା ଆଉ ଏକ ବାଇକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଷ୍ଟଣ୍ଟ ଦେଖାଇ ଆମ୍ବୁଲାନ୍ସକୁ ଧକ୍କା ଦେଇଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ଲଙ୍କାଗଡ଼ ଅଞ୍ଚଳର ଜନ ନାୟକ । ଆହତ ବ୍ୟକ୍ତି ଜଣକ ତୁମୁଡ଼ିବନ୍ଧର ଗଜପତି ସାହୁ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ବାଇକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜନଙ୍କୁ ମୃତ୍ଯୁ ଘୋଷଣା କରିଥିଲେ ।