Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥମ ବାର୍ଷିକ ଶ୍ରାଧ ଦିବସ ପାଳିତ ।

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ,ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ଜନତା ଉଚ୍ଚ ବିଦ୍ୟାଳୟ ବନ୍ତିଲୋ ଠାରେ ଏହାର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ସ୍ଵର୍ଗତ ଲକ୍ଷ୍ମୀଧର ଖୁଣ୍ଟିଆ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭା ରେ ସଭା କାର୍ଯ୍ୟ ସଂଯୋଜନା କରିଥିଲେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଡଃ ଚିତ୍ତରଞ୍ଜନ ବିଶ୍ୱାଳ । ଏହି କାର୍ଯ୍ୟକ୍ରମ ରେ ସୋର୍ଗତ୍ ଖୁଣ୍ଟିଆ ଏହି ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଥିବା ବେଳେ,ବିଦ୍ୟାଳୟ ର ଉନ୍ନତି,ପାଠ ପଢା, ସହ,ସେ କିପରି ଛାତ୍ର ଓ ଅଭିଭାବକ ମାନଙ୍କର ପ୍ରିୟ ଭାଜନ ହୋଇ,ପାରିଥିଲେ ସେ ବିଷୟ ରେ ଉପସ୍ଥିତ ଥିବା ଅତିଥି ମନେ ଆଲୋକ ପାତ କରି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଶାନ୍ତନୁ କୁମାର ପରିଡ଼ା , ସମାଜସେବୀ ଋତୁରାଜ ରାଉତ, ଶିକ୍ଷାବିତ୍ ନାରାୟଣ ପ୍ରଧାନ, ତ୍ରିନାଥ ଚରଣ ପ୍ରଧାନ,ତରୁଣ କୁମାର ନାୟକ, ପୂର୍ବତନ ଛାତ୍ର ପ୍ରମୋଦ କୁମାର ନାୟକ, ବଶିଷ୍ଠ କୁମାର ସାହୁ, ଦୁର୍ଯୋଧନ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରିୟ ଗୁରୁଜୀଙ୍କ ସ୍ମୃତି ଚାରଣ କରିଥିଲେ। ବନ୍ତିଲୋ ଗ୍ରାମ କମିଟି ର ସଭାପତି ସୁରେନ୍ଦ୍ର ନାଥ ବାରିକ ଓ ଗ୍ରାମବାସୀମାନେ ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସଂଗଠିତ ହେଇଥିଲା। ଶ୍ରୀଯୁକ୍ତ ଖୁଣ୍ଟିଆ ଙ୍କ ସୁପୁତ୍ର ସୈମ୍ୟକାନ୍ତ ଖୁଣ୍ଟିଆ ,ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ। ଚଳିତ ବର୍ଷ ଠାରୁ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଛାତ୍ର ବୃତ୍ତି ପ୍ରଦାନ କରିବା ପାଇଁ ଏକ ଟ୍ରଷ୍ଟ ଗଠନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ