Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବର୍ଗତ ଦଣ୍ଡପାଣି ସାହୁଙ୍କ ଦ୍ଵାଦସାହ ସ୍ମୃତିସଭା

ବେଲଗୁଣ୍ଠା,27/06, ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ଅବସରପ୍ରାପ୍ତ ସୁବେଦାର୍ ସ୍ଵର୍ଗତ ଦଣ୍ଡପାଣି ସାହୁଙ୍କ ଦ୍ୱାଦଶାହ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି I କର୍ଣ୍ଣେଲ୍ ସାହେବ ଲଡୁ କିଶୋର ଆଚାରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବେଦାର୍ ବାଲ୍ମୀକି ଚରଣ ତ୍ରିପାଠି, କାର୍ତ୍ତିକ୍ ସାହୁ, ଲକ୍ଷ୍ମୀ ନାରାୟଣ ସାହୁ,ପୋଷ୍ଟ ମାଷ୍ଟର୍ ବଂଶୀଧର ଗୌଡ଼,ପ୍ରଧାନ ଶିକ୍ଷକ ଦୁଃଖୀଶ୍ୟାମ ସ୍ୱାଇଁ, ଭଞ୍ଜ କିଶୋର ଗୌଡ,ସରପଞ୍ଚ ପ୍ରତିନିଧି କାହ୍ନୁ ଚରଣ ସ୍ୱାଇଁ, ସମାଜସେବୀ ସନ୍ତୋଷ ସ୍ୱାଇଁ,ସମିତିସଭ୍ୟ ପ୍ରତିନିଧି ମାନସ କୁମାର ବିଷୋୟୀ, ଶିକ୍ଷକ ପ୍ରଭାକର ବିଷୋୟୀ, ଶଙ୍କର ସାହୁ ପ୍ରମୁ୍ଖ ଉପସ୍ଥିତ ରହି ସ୍ୱର୍ଗତ ସାହୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସ୍ମୃତିଚାରଣ କରିଥିଲେ I ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ସ୍ଥାନୀୟ ସରପଞ୍ଚ ମହୋଦୟା ସ୍ଵର୍ଗତ ଦଣ୍ଡପାଣିଙ୍କ ତୈଳଚିତ୍ରରେ ଉପଢ଼ୌକନ ପ୍ରଦାନ କରି ଶୋକ ବାର୍ତ୍ତା ପ୍ରଦାନ ପୂର୍ବକ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I ସ୍ଵର୍ଗତ ସାହୁଙ୍କ ଦୁଇ ପୁଅ, ତିନି ଝିଅ,ନାତି ନାତୁଣିଙ୍କ ସମେତ ପରିବାରର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories