Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଗାଈଗୋରୁଙ୍କ ପାଇଁ ନିର୍ମାଣ ହେବ ୨ ଶହ ଗୋଶାଳା

ଭୁବନେଶ୍ବର: ରାଜ୍ୟରେ ନିର୍ମାଣ ହେବ ୨ ଶହ ଗୋଶାଳା । ଗାଈଗୋରୁ ଚୋରା ଚାଲାଣ ରୋକିବା ଓ ବୁଲା ଗାଈଗୋରୁଙ୍କ ଯତ୍ନ ନେବା ପାଇଁ ଏହି ଗୋଶାଳାକୁ ଉପଯୋଗ କରାଯିବ ବୋଲି ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ଗାଈଗୋରୁ ଚୋରା ଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଚୋରା ଚାଲାଣ କିଭଳି ବନ୍ଦ କରାଯିବ ସେଥିପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି । ଗାଈ ଓ ଅନ୍ୟ ଦୁଗ୍ଧ ପ୍ରଦାନକାରୀ ପଶୁ ସମ୍ପଦକୁ ଅନ୍ୟ ରାଜ୍ୟକୁ ଚୋରା ଚାଲାଣକାରୀଙ୍କ ବିରେଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।

ଏହାସହିତ ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ଗାଈଙ୍କୁ ଠିକ୍ ସମୟରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ମୋବାଇଲ ହସ୍ପିଟାଲ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଗାଈଙ୍କୁ ଉଦ୍ଧାର କରି ଓ ଚୋରା ଚାଲାଣ ବେଳେ ଧରାପଡ଼ିଥିବା ଗାଈଙ୍କୁ ରାଜ୍ୟରେ ଖୋଲାଯିବାକୁ ଥିବା ପ୍ରାୟ ୨୦୦ ଗୋଶାଳା ରଖାଯିବାର ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ରାଜ୍ୟରେ ମତ୍ସ୍ୟଜୀବୀମାନଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟଜୀବୀଙ୍କ ପାଇଁ ଶୀତଳଭଣ୍ଡାର ଖୋଲିବା ନିମନ୍ତେ ସରକାର ଯୋଜନା କରୁଥିବା ମନ୍ତ୍ରୀ କହିଛନ୍ତି ।

More Stories