Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶୌଚ ପାଇଁ ଯିବା ବେଳେ ଦଳି ଦେଲା ହାତୀ

ସୁନ୍ଦରଗଡ଼: ସୁନ୍ଦଗଡ଼ ଜିଲ୍ଲା କୋଇଡା ଅନାଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଝିରିପାଣି ଗାଁର ସାମୁଏଲ ସାଇନ୍ଦ । ଶୌଚ ପାଇଁ ଯିବେ ବେଳେ ତାଙ୍କୁ ହାତୀ ଦଳି ମାରି ଦେଇଥିବା ଅଭିଯୋଗ ହୋଇଛି ।
ଆଜି ଭୋର ସମୟରେ ସାମୁଏଲ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ତାଙ୍କୁ ଦଳି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବନ ବିଭାଗ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।
ସୂଚନାଯୋଗ୍ୟ, କିଛିଦିନ ହେଲା କୋଇଡ଼ା ବନାଞ୍ଚଳରେ ଝାଡଖଣ୍ଡୀ ହାତୀପଲଙ୍କୁ ଦେଖିବାକୁ ମିଳୁଛି । ହାତୀପଲ ବିଭିନ୍ନ ସ୍ଥାନରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । କେଉଁଠି ଫସଲ ନଷ୍ଟ କରୁଛନ୍ତି ତ କେଉଁଠି ଗାଁରେ ପଶି ଘର ଭାଙ୍ଗୁଛନ୍ତି । ଏହି ହାତୀ ପଲଙ୍କ ଉପଦ୍ରବ ଅଞ୍ଚଳରେ ଆତଙ୍କ ଖେଳାଇଛି ।

More Stories