ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା ଉପରେ ସଚେତନତା କାର୍ଯ୍ୟକ୍ରମ


ସୋନପୁର : ଏଣିକି ନୂଆଁ ଆଇନ୍ ରେ ଅପରାଧୀ କୁ ବା ସଧାରଣ ଲୋକ ଙ୍କୁ ଆଉ ଦଣ୍ଡ ନୁହେଁ , ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ଵ ଦିଆଯିବ l ପ୍ରଯୁକ୍ତି ବିଦ୍ୟା ଓ ବୈଜ୍ଞାନିକ ଜ୍ଞାନ କୌଶଳ ର ଅଗ୍ରଗତି ସହିତ ନୂଆଁ ଧରଣ ର ଅପରାଧ କୁ ଦୃଷ୍ଟି ରେ ରଖି ଆଜି ଦେଶ ରେ ନୂଆଁ ତିନୋଟି ଆଇନ ପ୍ରଣୟନ ର ଶୁଭାରମ୍ଭ ହୋଇଛି l ଯାହାକି ସମାଜ ର ଗରିବ ଅବହେଳିତ ଓ ସମ୍ବେଦନଶୀଳ ବର୍ଗ ଙ୍କୁ ଅଧିକ ସୁରକ୍ଷା ଦେବା ରେ ସହାୟକ ହେବ ବୋଲି ଆଜି ସୋନପୁର ଥାନା ରେ ଏକ ସଚେତନତା ସଭାରେ ନୂଆଁ ଥାନା ଅଧିକାରୀ ରମେଶ କୁମାର ମହାନା ପ୍ରକାଶ କରିଛନ୍ତି l ଏ ସମସ୍ତ ନୂଆଁ ଆଇନ ବିଷୟରେ ସଭାରେ ଉପସ୍ଥିତ ସହର ର ସମସ୍ତ ଅନୁଷ୍ଠାନ ର ସଦସ୍ୟ , ସ୍ବେଚ୍ଛାସେବୀ , ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ଙ୍କୁ ବିସ୍ତାର ଭାବେ ବୁଝାଇଥିଲେ l ଆମ ପୋଲିସ କମିଟି ର ବରିଷ୍ଠ ସଦସ୍ୟ ଶ୍ରୀବତ୍ସ ମଲ୍ଲିକ , ପୁରୋଷୋତ୍ତମ ପାଣିଗ୍ରାହି ଙ୍କ ସମେତ ବଣିକ ସଂଘ ର ବରିଷ୍ଠ ସଦସ୍ୟ ଗୁଣନିଧି ମେହେର , ଜୟ କୃଷ୍ଣ ସା , ସଞ୍ଜୟ ରଏ , କାଉନସିଲର ପୀୟୂଷ ପଣ୍ଡା , ଗଙ୍ଗା ତରିଆ , ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଙ୍କ ସହିତ ବୁଢ଼ାରଜା , ରମଧୁନ୍ କ୍ଳବ୍ ସମେତ ସହର ର ସମସ୍ତ କ୍ଳବ୍ ଓ ଅନୁଷ୍ଠାନ ର ସଦସ୍ୟ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ନିଜ ନିଜ ର ମତ ରଖିଥିଲେ l