Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କାଉଟ୍ସ ଓ ଗାଇଡ୍ସ ଙ୍କୁ ରାଜ୍ୟ ପୁରସ୍କାର ରେ ଆର୍ମି ପବ୍ଲିକ ସ୍କୁଲ ର‌ ବିଦ୍ୟାର୍ଥୀ ସମ୍ମାନିତ

ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ର ୩୭ ତମ ରାଜ୍ୟ ପୁରସ୍କାର ଉତ୍ସବ ରାଜଭବନର ଅଭିଷେକ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରେ ଥିବା ଆର୍ମି ପବ୍ଲିକ ସ୍କୁଲ ର ୧୪ ଜଣ ବିଦ୍ୟାର୍ଥୀ ରାଜ୍ୟପାଳ ଗଣେଶି ଲାଲ ଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି। କାର୍ଯ୍ୟକ୍ରମରେ ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂସ୍ଥାର ରାଜ୍ୟ ସଭାପତି ତଥା ମାନ୍ୟବର ଖାଦ୍ୟ, ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ, ମାନ୍ୟବର ଜଳସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ଅନ୍ୟାନ୍ୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ। ରାଜ୍ୟ ମୁଖ୍ୟ କମିସନର ଡଃ କାଳୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସଂଗଠନ କମିସନର ଅନାମିକା ଦାସ ସଂଯୋଜନା କରିଥିଲେ। ସ୍କାଉଟ୍ ଓ ଗାଇଡ୍ ଭଳି ବୃହତ୍ ସ୍ବେଚ୍ଛାସେବୀ ସଂଗଠନ ବହୁ ଉନ୍ନୟନମୂଳକ ତଥା ଲୋକଙ୍କୁ ସେବା ଯୋଗାଇ ସମସ୍ତଙ୍କର ପ୍ରୀୟଭାଜନ ହୋଇପାରିଛି ବୋଲି ମାନ୍ୟବର ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ। ପରେ ସଂଗଠନର କାର୍ଯ୍ୟକୁ ବ୍ୟାପକ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଗୋପାଳପୁର ସ୍ଥିତ ଆର୍ମି ପବ୍ଲିକ ସ୍କୁଲର ସ୍କାଉଟ୍, ଗାଇଡ୍, କବ ଓ ବୁଲବୁଲ ରାଜ୍ୟପାଳଙ୍କ ଠାରୁ ରାଜ୍ୟ ପୁରସ୍କାର ସାର୍ଟିଫିକେଟ ଗ୍ରହଣ କରିଥିଲେ। ବିଦ୍ୟାଳୟର ମୋଟ ୧୪ ଜଣ ଛାତ୍ରଛାତ୍ରୀ ରାଜ୍ୟ ପୁରସ୍କାର ସାର୍ଟିଫିକେଟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଛାତ୍ର ଛାତ୍ରୀଙ୍କ ଉକ୍ତ ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶଂସା କରିବା ସହ ଭବିଷ୍ୟତରେ ନିଜକୁ ସମାଜସେବାରେ ସାମିଲ କରିବାକୁ ଛାତ୍ର ଛାତ୍ରୀଙ୍କ ପାଇଁ ଏହା ଏକ ପ୍ରେରଣା ବୋଲି ଅଧ୍ୟକ୍ଷ ପ୍ରଦୀପ କୁମାର କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories