Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିଶ୍ରା ବାହାନାରେ ଅପହରଣ କାରୀ ଙ୍କ କବଳରୁ ଖସି ଆସିଲା ଅଷ୍ଟମ ଶ୍ରେଣୀ ଛାତ୍ର : ଅପହରଣ ଉଦ୍ୟମ ପଣ୍ଡ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ କୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣା ପ୍ରକାରେ ସୋମବାର ସନ୍ଧ୍ୟା ସମୟରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ନଂ ଓ୍ବାର୍ଡ ଦଣ୍ଡପଦର ଗ୍ରାମ ନିବାସୀ ଗିରିଧାରୀ ନାୟକ ଓରଫ୍ ଝୁଲୁ ନାୟକଙ୍କ ପୁଅ ବାଲିଗୁଡ଼ା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ନିକଟକୁ ସବୁଦିନ ଭଳି ଟ୍ୟୁସନ୍ ପଢିବାକୁ ଆସିଥିଲେ । ନିଜ ସାଇକେଲ ରଖି ଟ୍ୟୁସନ୍ ସାରଙ୍କ ଘରକୁ ଯିବାବେଳେ ଏକ କାର୍ ରେ କିଛି ହିନ୍ଦୀ ଭାଷୀ ବ୍ୟକ୍ତି ରାଜାଙ୍କୁ ନୁଆ ସାହି ରାସ୍ତାର ଠିକଣା ପଚାରିଥିଲେ । ରାଜା ରାସ୍ତା ବତାଇବା ପରେ ପୁଣି ପାଖକୁ ଡାକି ଜବରଦସ୍ତ କାର୍ ଭିତରେ ପୁରାଇ ରାଜାକୁ ନେଇ ପଳାଇଥିଲେ କିନ୍ତୁ ବାଲିଗୁଡ଼ା ସହର ଶେଷ ମୁଣ୍ଡରେ ଥିବା ସଭା ଗୃହ ନିକଟରେ ପରିଶ୍ରା କରିବା ବାହାନା କରିଥିଲା ଅଷ୍ଟମ ଶ୍ରେଣୀ ଛାତ୍ର ରାଜା । ଗାଡ଼ିରୁ ଓହ୍ଲାଇ ପରିଶ୍ରା କରିବା ବେଳେ କୌଶଳ କ୍ରମେ ଅପହରଣ କାଳୀଙ୍କ କବଳରୁ ଖସି ଦୌଡ଼ି ପଳାଇ ଆସିଥିବା କହିଛି ରାଜା । ଏନେଇ ପରିବାର ଲୋକେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅନ୍ୟପଟେ ବାଲିଗୁଡ଼ା ସହରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସହରକୁ ସିସି ଟିଭି ବଳୟରେ ରଖାଯାଇଥିଲା । କିନ୍ତୁ ବାଲିଗୁଡ଼ା ଏନ୍ଏସି, ପ୍ରଶାସନ ଓ ପୋଲିସ୍ ପ୍ରଶାସନର ଆନ୍ତରିକତା ଅଭାବରୁ ସେସବୁ ବର୍ତ୍ତମାନ ଅଚଳ ଅବସ୍ଥାରେ । ଯାହା ଫଳରେ ସକାଳେ, ଦିନ ଦ୍ବିପହରରେ ସହରରେ ବିଭିନ୍ନ ଜଘନ୍ୟ କାଣ୍ଡ ଘଟୁଥିଲେ ମଧ୍ୟ ପୋଲିସ୍ ତାହାର କିଛି ସୁରାକ ପାଉନି । ସେପଟେ ଏନେଇ ବର୍ତ୍ତମାନ ସୁଦ୍ଧା ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।