Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ବନ୍ଦ ପାଳନ, ବିଶ୍ବହିନ୍ଦୁ ପରିଷଦ ଦେଇଥିଲା ବନ୍ଦ ଡାକରା

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ସମେତ କାକିରିଗୁମା ରେ ବନ୍ଦ ଶାନ୍ତି ପୂର୍ଣ ଭାବେ ପାଳନ ହୋଇଯାଇଛି ।
ସମ୍ବଲପୁର ଠାରେ ରାମନବମୀ ଦିନ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦ ଓ ରାଜ୍ୟ ସରକାର ଙ୍କ ଅବହେଳା ହେତୁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦେଇଥିବା ଓଡିଶା ବନ୍ଦ ଡାକରା ରେ ଆଜି ଲକ୍ଷ୍ମୀପୁର ବ୍ଲକରେ ତାର ପ୍ରଭାବ ପଡିଛି।ବନ୍ଦ ଡାକରା ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସହ ହୋଟେଲ ଗୁଡିକ କୁ ବାଦ ଦେଇ ବଳକା ସମସ୍ତ ଦୋକାନ ବଜାର ଗୁଡିକ ବନ୍ଦ ରହିଥିଲା ।କୋରାପୁଟ ଠାରୁ ରାୟଗଡା କୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତା ରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା ।ସକାଳ୬ ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା ।ବଣିକ ସଂଘ ସଭାପତି ଙ୍କ ନେତୃତ୍ୱ ରେ ଏହି ବନ୍ଦ ପାଳନ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories