Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ବନ ବିଭାଗକୁ ମିଳିଲା ବଡ଼ସଫଳତା,ବନ୍ଧୁକ ସହ ୪ ଶିକାରୀ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ଡିଏଫଓ ମଦନ ଲାଲ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଉଲୁଣ୍ଡା ବନବିଭାଗ ପକ୍ଷରୁ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଚନ୍ଦଲି ଜଙ୍ଗଲ ଠାରେ ଶିକାର କରୁଥିଲେ କିଛି ବ୍ୟକ୍ତି। ଶିକାର ବେଳେ ୪ ଶିକାରୀଙ୍କୁ ସ୍ପଟରେ ଗିରଫ କରି ବନ ବିଭାଗ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଶିଆଳ କୁ ଉଦ୍ଧାର କରିଛି। ଏହି ଚାରି ଯୁବକ ଉଲୁଣ୍ଡା ବ୍ଲକ ଖେମାଲୋଏ ଅଞ୍ଚଳର ହୋଇଥିବା ବେଳେ ଏହି ଜଙ୍ଗଲରେ ବିଭିନ୍ନ ସମୟରେ ସେମାନେ ହରିଣ, ବାରହା, କୁଟରା ଇତ୍ୟାଦି ବନ୍ୟଜନ୍ତୁ ଆଦି ଶିକାର କରନ୍ତି ବୋଲି ସୂଚନା ଦେଇଛନ୍ତି ଉଲୁଣ୍ଡା ରେଞ୍ଜର ସଞ୍ଜିବ ରାଉତ। ଆଜି ଏହି ଚାରି ଶିକାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଥାଉ କି ଯେ ଶ୍ରୀ ରାଉତ ଏ ବନାଞ୍ଚଳରେ ଯୋଗ ଦେବା ପରେ ଜନତାଙ୍କ ସହ ଉତ୍ତମ ସମ୍ପର୍କ ରଖି ବିଗତ ବର୍ଷ ମାନଙ୍କରେ ହାତୀ ଦୌରାତ୍ମ୍ୟରେ କ୍ଷୟ କ୍ଷତି ହେଉଥିବା ହଜାର ହଜାର ହେକ୍ଟର ଧାନ ଓ ବିଭିନ୍ନ ଶସ୍ୟ ଚାଷକୁ କଠୋର ପରିଶ୍ରମ କରି ସମ୍ପୂର୍ଣ ରୂପେ ବଞ୍ଚାଇ ରଖିବା ଉଦ୍ୟମ କରି ଖୁବ୍ ସଫଳ ହୋଇଥିବ ଜଣାଯାଇଛି। ଯାହା ଫଳରେ କି ଶ୍ରୀ ରାଉତ ଜଣେ ଦକ୍ଷ ପ୍ରଶାସକ ଭାବେ ଏ ଅଞ୍ଚଳରେ ଜିଲ୍ଲାରେ ବେଶ୍ ପରିଚିତ ଅଟନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ