ନବ ନିର୍ବାଚିତ ବିଧାୟକ ଙ୍କ ସରକାରୀ ସମୀକ୍ଷା ବୈଠକରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ନେଇ ଉଦବେଗ ।


ପଟ୍ଟାଙ୍ଗି୦୩/୦୭ନିର୍ବାଚନ ସରିବାର ଦୁଇ ମାସ ପରେ ନବ ନିର୍ବାଚିତ ବିଧାୟକ ଙ୍କ ସରକାରୀ କାର୍ଯ୍ୟ କୁ ନେଇ ପ୍ରଥମ ସମୀକ୍ଷା ବୈଠକରେ ଉପସ୍ଥିତ ସରକାରୀ ଅଧିକାରୀ କର୍ମଚାରୀ ପଡି ଯାଇଥିଲେ ଅକଳ ରେ । ଏହିପରି ଦୃଶ୍ୟ ଦେଖା ଦେଇଥିଲା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ । ସୂଚନା ମୁତାବକ ସ୍ଥାନୀୟ ବ୍ଲକ ପ୍ରଶାସନ ତଥା ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମ ର ସମୀକ୍ଷା ବୈଠକରେ ନବ ନିର୍ବାଚିତ ବିଧାୟକ ରାମଚନ୍ଦ୍ର କାଡାମ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀ ଙ୍କ ପରିଚୟ ଜାଣିବା ପରେ ଉପସ୍ଥିତ ବ୍ଲକ କର୍ମଚାରୀ , ବିଡ଼ିଓ ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ବିଧାୟକ ଙ୍କୁ ଶୁଭେଚ୍ଛା ସମ୍ପର୍ଦ୍ଧନା ଜଣାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ସ୍ୱାସ୍ଥ୍ୟ ସେବା କୁ ନେଇ ଆଲୋଚନା । ଯାହାକୁ ନେଇ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିବା ସରପଞ୍ଚ ଓ କଂଗ୍ରେସ ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା , ରାଜ୍ୟ ପିସିସି ସଭ୍ୟ ଗୁପ୍ତ ଶଙ୍କର ପଟ୍ଟନାୟକ ପ୍ରମୁଖ ବିଭିନ୍ନ ସମୟରେ ଶବ ବ୍ୟବଚ୍ଛେଦ ନିମନ୍ତେ ଉପୁଜୁଥିବା ସମସ୍ୟା କୁ ନେଇ ଉଦବେଗ ପ୍ରକାଶ କରି ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଶିକ୍ଷା ବିଭାଗ କୁ ନେଇ ସମୀକ୍ଷା ହୋଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସାମୁହିକ ସୂଚନା ଦେବା ପରେ ଏହାକୁ ନେଇ ମାଳିପୁଟ ସରପଞ୍ଚ ସୋମନାଥ ଗୁଣ୍ଠା ଏବଂ ପୁକାଲି ସରପଞ୍ଚ ତ୍ରିପତି ସାରା ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସୂଚନା କୁ ନେଇ ଅସନ୍ତୋଷ ପ୍ରକାଶ କରି ବୈଠକରେ ଏହା ଖାଲି ନିଜ ବିଭାଗକୁ ସୁଆଇଲା ପରି ସୂଚନା ଦେଉଛନ୍ତି । ଯାହାକି ଅତି ଦୁର୍ଭାଗ୍ୟ ଜନକ । ଏହି ସମୟରେ ସମୀକ୍ଷା ବୈଠକରେ ପାଳି କରି ବିଦ୍ୟାଳୟ କୁ ଯାଉଥିବା ଶିକ୍ଷକ ମାନଙ୍କ ପ୍ରତି ଦୃଷ୍ଟି ଦେବା କୁ ପ୍ରସ୍ତାବ ଆସିଥିଲା । ଯେଉଁ ଥିରେ କି ବ୍ଲକ ଶିକ୍ଷା ଅଧିକାରୀ ଉକ୍ତ ପ୍ରସ୍ତାବ ର ଉତ୍ତର ନଦେଇ ସିଧାସଳଖ ଉପସ୍ଥିତ ଗଣମାଧ୍ୟମ ର କାର୍ଯ୍ୟ କୁ ନେଇ ଆଙ୍ଗୁଳି ଦେଖାଇ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ନାଲି ଆଖି ଦେଖାଇ ଅସମ୍ମାନ କରିଥିଲେ । ଯେଉଁଥି ପାଇଁ କି ସମୀକ୍ଷା ବୈଠକରେ କିଛି ସମୟ ଧରି ବ୍ଲକ ଶିକ୍ଷା ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନ ଙ୍କ ସହ ଯୁକ୍ତିତର୍କ ଚାଲିଲା । ଯାହାକୁ ନେଇ ବୈଠକରେ ଉପସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଏହିପରି ବ୍ୟବହାର ରେ ଅନ୍ୟ ସରକାରୀ କର୍ମଚାରୀ ଓ ଅଧିକାରୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ପରିଶେଷରେ କୃଷି , ବିଦ୍ୟୁତ , ଉନ୍ନୟନ , ଜଙ୍ଗଲ , ଆର୍ ଡି , ଉଦ୍ୟାନ , ପଶୁସମ୍ପଦ ପ୍ରମୁଖ ବିଭାଗ କୁ ନେଇ ବିଧାୟକ ସମୀକ୍ଷା କରିବା ସହ ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନ ଙ୍କ ସହ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ଲାଗିଥିବା ଯୁକ୍ତିତର୍କ ରେ ହସ୍ତକ୍ଷେପ କରି ଉଭୟ ସରକାରୀ ଏବଂ ଗଣମାଧ୍ୟମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ ଏବଂ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ଇଙ୍ଗିତ କରିବା ଠିକ୍ ନୁହେଁ ବୋଲି ପ୍ରକାଶ କରିଥିଲେ । ଶେଷରେ ଉପସ୍ଥିତ ସମସ୍ତ ସରପଞ୍ଚ , ସମିତି ସଭ୍ୟ ସଭ୍ୟା ପଟ୍ଟାଙ୍ଗି ବ୍ଲକ ଯେହେତୁ ଏକ ସୀମାନ୍ତ ଅଞ୍ଚଳ ହୋଇଥିବା ହେତୁ ଗୋଟିଏ ଶବ ବାହାକ ଗାଡ଼ି ଯୋଗାଇ ଦେବା କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ , ଲଇଚନ ଖରା , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ଥାନାଧିକାରୀ ଚତୁର୍ଭୁଜ ନାୟକ , ଡାକ୍ତର ଭାଗବତ ମୁର୍ମୁ , ସାଂସଦ ପ୍ରତିନିଧି ଶୁକ୍ରା ଖରା , କାର୍ତ୍ତିକ ଖିଲ ଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।