Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ ଅଞ୍ଚଳର ପାରିପର୍ସିକ ସମସ୍ୟା ଏବଂ ଜୀବନ ଜୀବିକାକୁ ନେଇ ବେଦାନ୍ତ କମ୍ପାନୀକୁ ୨୫ ଗୋଟି ଦାବି ନେଇ ଦାବିପତ୍ର ଦେଲେ ଗ୍ରାମବାସୀ

କଳାହାଣ୍ଡି, ୦୩/୦୭ (ଜଗନ୍ନାଥ ନାଏକ) : ଦୀର୍ଘ ଦୁଇ ଦସନ୍ଧିଧରି ବେଦାନ୍ତ ଲିମିଟେଡ଼ ଶିଳ୍ପ ପ୍ରତିଷ୍ଠା କରି କାର୍ଯ୍ୟାକରୁଛି। ଧୀରେ ଧୀରେ ଉକ୍ତ କମ୍ପାନି ତାର କାୟା ବିସ୍ତାର କରି ଉତ୍ପାଦନ କ୍ଷମତା ବୃଦ୍ଧି କରି ଆସୁଛି। କିନ୍ତୁ ପରିତାପର ବିଷୟ ଏହି କମ୍ପାନୀ ଅଞ୍ଚଳର ସମସ୍ୟା ଏବଂ ଠିକା କାର୍ଯ୍ୟ ଏବଂ ରୋଜଗାର ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯଦିଓ କମ୍ପାନି ଓଡିଶାର ଏହି ଦୈତ୍ୟ ଅନଗ୍ରସର ଜିଲ୍ଲାରେ ଅବସ୍ଥିତ ଏହାର ଉନ୍ନତି ପ୍ରତି ସମ୍ପୂର୍ଣ ଚକ୍ଷୁ ମୁଦ୍ରିତ କରିଦେଇଛି । ଓଡିଶାର ଅସ୍ମିତା କଥା ଭୁଲି ଯାଇ ବାହାର ରାଜ୍ୟର କମ୍ପାନିକୁ ଠିକା ଏବଂ ନିଯୁକ୍ତି ଦେଇ କାୟା ବିସ୍ତାର କରିଛି।ଆମ ଅଞ୍ଚଳର ଲୋକେ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।ପରିବେଶ କଥା ନ କହିବା ଭଲ।ଅଞ୍ଚଳରେ ଧୁଳି ଏବଂ ଜଳରେ ଏସିଡ ମିଶିବା ଦ୍ବାରା ପ୍ରଦୂଷଣ ପାଇଁ ଘୋର ବିପରି ସୃଷ୍ଟି ହୋଇଛି।ଏହି ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୫ ଗୋଟି ଦାବି ରଖିଛନ୍ତି ଅଞ୍ଚଳବାସୀ।ଲାଞ୍ଜିଗଡ ଜଗନ୍ନାଥ ମନ୍ଦିର ପରିସର ରେ ବକେୟା କାର୍ଯ୍ୟ ସବୁ ତୁରନ୍ତ କରିବା।ବେଦାନ୍ତ କମ୍ପାନିରେ ଲାଗୁଥିବା ସମସ୍ତ ଜାନ ବାହନ ପାଇଁ ଅଞ୍ଚଳବାସୀଙ୍କୁ ଅଗ୍ରାଧିକାର ଦେବା।ବେଦାନ୍ତ କମ୍ପାନି ତରଫରୁ କରାଯାଉଥିବା ପାରିପାର୍ସିକ ଉନ୍ନୟନ ମୂଳକ କାର୍ଯ୍ୟ ଦୀର୍ଘ ବର୍ଷ ହେଲା ସଂପୂର୍ଣ୍ଣ ଭାବେ ପଥହରା ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମକୁ ତୁରନ୍ତ କାର୍ଯ୍ୟ କରିବା।ଅଞ୍ଚଳବାସୀଙ୍କୁ କୌଣସି ଠିକା କାମରେ ଅଗ୍ରାଧିକାର ଦେବା।ଓଡିଶା ବାହାରୁ ଆସିଥିବା ଠିକାଦାରଙ୍କୁ ଅପସାରଣ କରିବା।ବେଦାନ୍ତ କମ୍ପାନି ତରଫରୁ କରାଯାଉଥିବା ଜନସମ୍ପର୍କ କାର୍ଯ୍ୟକ୍ରମ ପୁଣି ଆରମ୍ଭ କରିବା।ବସନ୍ତପଢା, ବୁନ୍ଦେଲ, ସିନ୍ଧିବାହାଳି, କପାଗୁଡା, ଡେଙ୍ଗସର୍ଗୀ, କଂସାରି, ଏହି ଗାଁ ଗୁଡିକ ପ୍ରଦୂଷଣ ହେତୁ ଆଗାମୀ ଦିନରେ ମହାମାରୀର ରୂପ ନେବ ତେଣୁ ଏ ଗାଁ ଗୁଡିକ ତୁରନ୍ତ ବିସ୍ଥାପିତ କରିବା।ଲାଞ୍ଜିଗଡ ପଞ୍ଚାୟତ ସମିତିର ସମସ୍ତ ଗ୍ରାମ ପଞ୍ଚାୟତକୁ ପେରିଫେରି ଅନସ୍ଥ କାର୍ଯ୍ୟକଳାପରେ ସାମିଲ କରିବା।ମୁନିଗୁଡା ଓ ବିଷମକଟକ ବ୍ଳକ ପେରି ଫେରି କାର୍ଯ୍ୟକଳାପରେ ସାମିଲ କରିବା।ବେଦାନ୍ତ ଦଙ୍ଗାରେ ଯେଉଁମାନଙ୍କ ନାମରେ ମିଥ୍ୟା ମକଦମା କରି ଚାକିରିରୁ ବହିସ୍କାର କରା ଯାଇଥିଲା ସେ ମାନଙ୍କୁ ଚାକିରି ଦେବା।ବେଦାନ୍ତ ରେ ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି କ୍ଷେତ୍ର ରେ ପ୍ରାଧାନ୍ୟ ଦେବା।ଲାଞ୍ଜିଗଡ ଅଞ୍ଚଳର ପ୍ରତ୍ୟକ ଚାଷିମାନଙ୍କୁ ଟେକନୋଲଜି ମାଧ୍ୟମରେ ଚାଷ ଉପକରଣ ଦେବା।ବେଦାନ୍ତ କମ୍ପାନି ତରଫରୁ ମାଲ୍ ପରିବହନ ପାଇଁ କନଭେୟର ବେଲ୍ଟ ମାଲ୍ ସ୍ଥାନାନ୍ତର ପାଇଁ ଯେଉଁ ନିଷ୍ପତି ନିଆଯାଉଛି ତାର ପ୍ରଭାବରେ ପ୍ରାୟ ୨ ହଜାର ଶ୍ରମିକ ଛଟେଇ ହେବାର ଆଶଙ୍କା ରହିଛି । ଏଣୁ ଉକ୍ତ କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରାଯାଉ। ଲାଞ୍ଜିଗଡର ଛତ୍ରପୁର ଛକ ଠାରେ ଡିଗ୍ରୀ କଲେଜ ସିଳାନ୍ୟାସର ଆଜକୁ ୧୫ ବର୍ଷ ହେବ ମହାବିଦ୍ୟାଳୟ ତିଆରି ହୋଇ ପରିଲାନାହିଁ । ଏଣୁ ଆମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଆବଶ୍ୟକତା ହେତୁ ମହାବିଦ୍ୟାଳୟ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା।ବେଦାନ୍ତର ରେଡ଼ମୁଣ୍ଡ ପଣ୍ଡ ଓ ଆସ୍ ପଣ୍ଡ ଦୁଇଟି ପାୱାର ପ୍ଲାଣ୍ଟ ର ବିଷାକ୍ତ ଧୂଆଁ ଯୋଗୁଁ ପରିବେଶ ଦୂଷିତ ହେଉଛି ବର୍ତମାନ ବସନ୍ତପଡା ଗ୍ରାମର ନିରୀହ ଆଦିବାସୀ ଜନସାଧାରଣ ଲୋକଙ୍କୁ କିଛି ହାତ ଖର୍ଚ୍ଚ ପ୍ରତିମାସରେ ଦେଇ କରି ତାଙ୍କ ଜୀବନ ଜୀବିକା ଉପରେ ଖେଳ ଖେଳା ଯାଉଛି। ଏଣୁ ଚୁରନ୍ତ ବସନ୍ତପଢା, ବୁଣ୍ଡେଲ, ସିନ୍ଧବାହଳି, ବେଲମ୍ବା, ଗ୍ରାମକୁ ବିସ୍ଥାପିତ କରିବା, ବର୍ତ୍ତମାନ ପରିବେଶ ଦୂଷିତ ଯୋଗୁଁ, ବସନ୍ତପଡା, ସିନ୍ଧିବାହାଳି, କଂସାରି, ବେଲମ୍ବ ,ବନ୍ଧଗୁଡା, ବାତେରଲିମ, ଛତ୍ରପୁର, କେନ୍ଦୁଗୁଡା, ଚଣାଲିମା, ବୁଣ୍ଡେଲ, ଜଗନ୍ନାଥପୁର, କେନ୍ଦୁବୋର୍ଡି, ଲାଞ୍ଜିଗଡ, ବଳଭଦ୍ରପୁର, ଏଭଳି ଅନେକ ଗ୍ରାମର ଲୋକ ମାନେ ଚର୍ମରଗ, ଟିବି, ମ୍ୟାଲେରିଆ, ଆରୋଗ, କାଛୁ, କୁଣ୍ଡିଆ, ଭଳି ବିଭିନ୍ନ ରୋଗ ରେ ପୀଡିତ ହେଉଛନ୍ତି ଏହାର ତୁରନ୍ତ ସୁ ବ୍ୟବସ୍ତା କରିବା।ଲାଞ୍ଜିଗଡ ଅଞ୍ଚଳର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ଚାକିରି ଏବଂ ଠିକା କାର୍ଯ୍ୟ କ୍ଷେତ୍ରରେ ଅଗ୍ରାଧିକାର ଭିତିରେ ବେଦାନ୍ତ ପ୍ରକଳ୍ପ ଠାରେ ସ୍ଥାଇ ଏବଂ ଅସ୍ଥାଇ ନିଯୁକ୍ତି ଦେବା।ଲାଞ୍ଜିଗଡ ଅଞ୍ଚଳର ପାନୀୟ ଜଳ, ରାସ୍ତା ଘାଟ, ଗ୍ରାମଗୁଡିକରେ ଆଲୋକିକରଣ କରିବା ଭଳି ବିଭିନ୍ନ ଦାବି କରିଛନ୍ତି।ଏନେଇ ୩ ଦିନ ଭିତରେ ଯଦି କୌଣସି ସନ୍ତୋଷ ଜନକ ପ୍ରତିଶ୍ରୁତି ନ ମିଳେ ତା ହେଲେ ଅନ୍ଦୋଲନ କୁ ଚୀବ୍ରତାର ସହ ଅସହୋଯୋଗ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତ ଅଞ୍ଚଳବାସୀ।ଏନେଇ ଜିଲ୍ଲାପାଳ କଳାହାଣ୍ଡି, ଆରଡିସି ବ୍ରହ୍ମପୁର, ରାଜସ୍ୱ ମନ୍ତ୍ରୀ, ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ, ମାନବ ସମ୍ବଳ କମିଶନର, ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଜଣାଇଥିବା ପ୍ରକାଶ କରିଛନ୍ତି।ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂ ଦେଓ,ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ,ଲ ାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ସୁରେଶ ଅଗ୍ରୱାଲ, ବିନୋଦ ଗଉଡ଼, ସୁବାସ ଚନ୍ଦ୍ର ଅଗ୍ରୱାଲ, ସମିତି ସଭ୍ୟ ପ୍ରଦୀପ ମାଝୀ, ତ୍ରିନାଥ ମହାଖୁଡ, ଗଙ୍ଗାଧର ମହାଖୁଡ, ଲଷ୍ମୀ ଚଣ୍ଡୀ,କାମରାଜ ଦଲବେହେରା, ପରମାନନ୍ଦ ନାଏକ,ଚନ୍ଦ୍ର ବେହେରା, ସୁନିଲ ଅଗ୍ରୱାଲ, ବଟକୃଷ୍ଣ ପୃଷ୍ଠି, ଧାନ ମାଝୀ ନବୀନ ପାତ୍ର, ହେମନ୍ତ ନାଏକ, ହରିକୃଷ୍ଣ ତାଣ୍ଡି ପ୍ରମୁଖ ଉପସ୍ଥିତରେ ବେଦାନ୍ତ କମ୍ପାନୀଙ୍କୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି।