Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଲାଗୁ ହେଲା ନୂତନ ଭାରତ ର ନୂତନ ଆଇନ

କଳାହାଣ୍ଡି, ୦୩/୦୭ (ଜଗନ୍ନାଥ ନାଏକ) : ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ଥାନାରେ ନୂତନ ଭାରତ ର ନୂତନ ଆଇନ ଉପରେ ଏକ ଜନସଚେତନା କାର୍ଯ୍ୟକ୍ରମ ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ମମତା ପାଣିଗ୍ରାହୀ ଙ୍କ ଅଧ୍ୟକତାରେ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୧ ତାରିଖ ସାରା ଦେଶରେ ନୂତନ ଭାବେ ଆଇନ୍ କାର୍ଯ୍ୟକାରୀ ହେବ ଏବଂ ଭାରତର ଆଇନ୍ ମନ୍ତ୍ରୀ ସଚେତନ କରିବା ପାଇଁ ପ୍ରତ୍ୟେକ ଥାନା ପ୍ରାଙ୍ଗଣରେ ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ବ୍ୟବସ୍ଥା ରହିଛି ପୂର୍ବରୁ ୧୮୬୦ ଅନୁଯାୟୀ ଭାରତରେ ଯେଉଁ ସବୁ ଆଇନ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟକାରୀ ହେଉଥିଲା ତାକୁ ଭାରତ ସରକାର ନୂତନ ଭାବେ ଆଇନ୍ ପରିବର୍ତନ କରିଛନ୍ତି ଆଗରୁ IPC, CRPC ଧାରା କାର୍ଯ୍ୟକାରୀ ହେଉଥିଲା ତାକୁ ଭାରତ ସରକାର ହଟାଇ ଭାରତୀୟ ନାଗରିକ ସୁରକ୍ଷା ଆଇନ ବ୍ୟବସ୍ଥା ଓ ଭାରତୀୟ ସାକ୍ଷ୍ୟ ଆଇନ- ୬୧ ଜୁଲାଇ ୧ ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ
ପୂର୍ବରୁ ଯେଉଁ ୩୦୨ହତ୍ୟା ଅଭିଯୋଗ ଦଫା ଥିଲା ତାକୁ -୧୦୩ ପରିବର୍ତନ କରିଛନ୍ତି
ଯୌତୁକ ନିର୍ଯ୍ୟାତନା ପାଇଁ -୪୯୮- (କ) ପରିବର୍ତନ ହୋଇ- ୮୫ ,୮୬ ସଂଶୋଧନ କରାଯାଇଛି । ଆଜିଠୁ ଭାରତୀୟ ନାଗରିକ ସୁରକ୍ଷା ଆଇନ କାର୍ଯ୍ୟକାରୀ ଓ ଲାଗୁ ହେବ ଏବଂ ବଳାତ୍କାର ଅଭିଯୋଗ ରେ ପୂର୍ବରୁ ୩୭୫ କୁ -୬୩ ୩୭୬ କୁ -୬୪ ପରିବର୍ତ୍ତନ କରାଯାଇଛି । ସେକ୍ସସୁଆଲ ହାରସମେଣ୍ଟ ପାଇଁ- ୬୯ ଆଇନ୍ ଲାଗୁହେବ ଛୋଟ ଛୋଟ ପିଲା ମାନଙ୍କୁ ଭିକ କିମ୍ବା ଶ୍ରମିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ – ୯୫ ଆଇନ୍ ଆଣିଛନ୍ତି ସରକାର
ସେହିପରି ଆତଙ୍ଗବାଦ କାର୍ଯ୍ୟକଳାପ ପାଇଁ – ୧୧୩ ଗୋଷ୍ଟି ଆକ୍ରମଣ- ୧୧୨ ଭରତ ବିରୋଧୀ ଏକତା ଉପରେ ବିପଦ ସୃଷ୍ଟି ପାଇଁ ସରକାର -୧୫୨ ଆଇନ୍ କାର୍ଯ୍ୟକାରୀ ହେବ । ବଡ ବଡ ଅଧିକାରୀ ମାନେ ଆଇନ୍ କୁ ଫାଙ୍କି ଦୁର୍ନୀତି କରୁଥିଲେ ତାଙ୍କ ପାଇଁ ସରକାରଙ୍କ ଅନୁମତି ମାଗିବାକୁ ପଡୁଥିଲା ପୂର୍ବରୁ CRPC- ୧୯୭ ଲାଗୁଥିଲା ତାକୁ ସରକାର ୨୧୮ ରେ ନୂଆ ଆଇନ୍ କାର୍ଯ୍ୟକାରୀ କହିଛନ୍ତି ଏବଂ ୧୨୦ ସରକାର ଅନୁମତି ନ ଦେଲେ ଅନୁମୋଦିତ କରାଯିବ ଅଧିକାରୀ ମାନେ ନୂତନ ଆଇନ ବଳରେ ଦଣ୍ଡିତ ହେବେ । ଆଜି ର ଏହି ସଭା ରେ ନର୍ଲା ଅଂଚଳ ର ସବୁ ବର୍ଗର ଲୋକ ଯୋଗ ଦେଇ ଥିଲେ । ନର୍ଲା ର ସମସ୍ତ ବୁଦ୍ଧିଜୀବୀ ଶ୍ରୀମତୀ ପାଣିଗ୍ରାହୀ ଲୋକ ସଚେତନା ପାଇଁ ତାଙ୍କର ପ୍ରୟାସକୁ ସାଧୁବାଦ ଜଣାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ