Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲା ରୋଡ ବିକ୍ରମ ହୋଟେଲ ଠାରେ ପୁଜ୍ୟ ଶ୍ରୀ ବାବା ବଳିଆଙ୍କ ଏକ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି ୦୩/୦୭ (ଜଗନ୍ନାଥ ନାଏକ) : ନର୍ଲା ରୋଡ ସ୍ଥିତ ବିକ୍ରମ ଲଜ ରେ ପୂଜ୍ୟ ଶ୍ରୀ ବାବା ବଳିଆଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇ ଯାଇଛି । ଦୁଇ ଦିନ ଧରି ଚାଲିଥିବା ବାବା ଙ୍କ ସତସଙ୍ଗ କାର୍ଯ୍ୟକ୍ରମ ସନ୍ଧ୍ୟା 7 ଘଣ୍ଟା ସମୟରୁ ଆରମ୍ଭ ହଉଛି । ଅନେକ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ହୋଇ ସତସଙ୍ଗ ର ପରିବେଶ କୁ ଆହୁରି ଆକର୍ଷଣୀୟ ଏବଂ ଭକ୍ତିମୟ କରି ଦଉଛି । ବାବାଙ୍କ ମୁଖନିଃସୃତ ବାଣୀ ଶୁଣିବା ପାଇଁ ଭକ୍ତଙ୍କ ମନରେ ବହୁତ ଉତ୍କଣ୍ଠା ଏବଂ ଆଗ୍ରହ ଦେଖିବାକୁ ମିଳୁଛି । ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂଜ୍ୟ ଶ୍ରୀ ବାବା ବଳିଆ ସାରା ରାଜ୍ୟରେ ଭ୍ରମଣ କରି ଉତ୍ତମ ପରିବେଶ ,ସୁସ୍ଥ ଗଣତନ୍ତ୍ର ଏବଂ ସନାତନ ଧର୍ମ ର ରକ୍ଷା ପାଇଁ ଅନେକ ସତସଙ୍ଗ ଏବଂ ସମ୍ବାଦିକ ସମ୍ମିଳନୀ ଆୟୋଜନ କରିଆସୁଛନ୍ତି । ଆଜି ନର୍ଲା ରେ ମଧ୍ୟ ବିଭିନ୍ନ ବୈଦୁତିକ ଏବଂ ଖବରକାଗଜ ର ପ୍ରତିନିଧି ମାନେ ଯୋଗ ଦେଇ ବାବାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ ,ବାବା ମଧ୍ୟ ତାଙ୍କର ଉତ୍ତର ରଖିଥିଲେ ଆଉ ଲୋକଙ୍କ ପାଖରେ କିଭଳି ଭାବରେ ଗଣମାଧ୍ୟମ ଦ୍ୱାରା ତାଙ୍କର ସଚେତନା ବାର୍ତ୍ତା ପହଂଚି ପାରିବ ଏବଂ ଜନସାଧାରଣ କିଭଳି ସଚେତନ ହୋଇପାରିବେ ସେଥିପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ । ପୁଜ୍ୟଶ୍ରୀ ବାବା ବଳିଆ ଜନସାଧାରଙ୍କୁ ଆହ୍ୱାନ କରିଥିଲେ କିଭଳି ସମସ୍ତେ ସଚେତନ ହୋଇ ବୃକ୍ଷରୋପଣ କରିବେ। ଆଜିର ଯୁବସମାଜ କିଭଳି ସୋସିଆଲ ମିଡ଼ିଆ ରେ ବ୍ୟସ୍ତ ରହି ନିଜର କର୍ତବ୍ୟକୁ ଭୁଲି ଯାଉଛନ୍ତି, ସେଥିପାଇଁ ବାବା ଉଦବେଗ ପ୍ରକାଶ କରି ଥିଲେ । ଯୁବସମାଜ କୁ ଉଚିତ ମାର୍ଗ ରେ ଆଣିବାପାଇଁ ସେ ସମସ୍ତ ପରିବାର ର ଅଭିଵାକଙ୍କୁ ଙ୍କୁ ଆହ୍ୱାନ କରିଥିଲେ । ବାବା ବଳିଆଙ୍କ ସେଚତନ ସଭା ଦ୍ୱାରା ନର୍ଲା ଅଂଚଳରେ ଅନେକ ଯୁବପିଢ଼ି ଉଚିତ ମାର୍ଗ ରେ ଯିବେ ବୋଲି ସାଧାରଣ ଆଲୋଚନା ହଉଛି । ପରିବେଶ ,ଗଣତନ୍ତ୍ର ଏବଂ ଧର୍ମ ର ରକ୍ଷା ପାଇଁ ବାବାଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସବୁ ମହଲରୁ ବାବା ବଳିଆଙ୍କୁ ପ୍ରଶଂସା ର ସୁଅ ଛୁଟୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ