Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନିର୍ଦିଷ୍ଟ କାଳ ପାଇଁ ଟୋଲ ଗେଟ ସମ୍ପୂର୍ଣ୍ଣ ବନ୍ଦ ସ୍ଥାୟୀ ସମାଧାନ ନହେଲା ପର୍ଯ୍ୟନ୍ତ ଟୋଲ ଟ୍ୟାକ୍ସ ଆଦାୟ କରିବ ନାହିଁ ଠିକା ସଂସ୍ଥା

କଳାହାଣ୍ଡି, ୦୩/୦୭ (ଜଗନ୍ନାଥ ନାଏକ) : ଦୁଇ ଥର ଦୁଇଟି ବୈଠକ ବିଫଳ ହେବା ପରେ ୨୮ତାରିଖ ରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଇତି ମଧ୍ୟରେ ୨୪ ଘଣ୍ଟା ମଧ୍ୟରେ ବିତି ଯାଇଥିଲେ ମଧ୍ୟ ପ୍ରଥମ ଦିନରେ କୌଣସି ସମାଧାନ ର ବାଟ ଫିଟି ନ ଥିଲା। ଆନ୍ଦୋଳନ କାରୀ ସଂଗଠନ ଓ ଅଞ୍ଚଳ ବାସୀ ଶୁକ୍ରବାର ଦିନ ସମସ୍ତ ଗାଡ଼ି ମଟର କୁ ବିନା ଶୁଳ୍କ ରେ ଟୋଲ ଗେଟ ପାର କରାଇ ଥିଲେ ଯାହାର ଫଳ ଟୋଲ ଟ୍ୟାକ୍ସ ସଂଗ୍ରହ କରୁଥିବା ଠିକା ସଂସ୍ଥା କୁ ଗୁଡ଼ାଏ କ୍ଷତି ସହିବାକୁ ପଡ଼ିଛି।ପୁଣି ଥରେ ଆନ୍ଦୋଳନ ର ଦ୍ୱିତୀୟ ଦିନ ରେ ପୁଣି ଥରେ ଆନ୍ଦୋଳନକାରୀ ମାନେ ସମସ୍ତ ଗାଡ଼ି ମଟର କୁ ବିନା ଶୁଳ୍କ ରେ ଛଡ଼ା ଯାଇଥିବା ଦେଖାଯାଇଥିଲା ।ଦ୍ୱିତୀୟ ଦିନ ରେ ସ୍ଥାନୀୟ ତହସିଲଦାର ପ୍ରଶାନ୍ତି ପ୍ରଧାନ,ବିଡ଼ିଓ ପଦ୍ମନାଭ ପୁରୋହିତ,କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ପ୍ରମୁଖ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରି ସମାଧାନର ବାଟ ଖୋଜି ଥିଲେ ମଧ୍ୟ କିଛି ବାଟ ନ ବାହାରିବାରୁ ଶେଷରେ ପ୍ରଶାସନ ଓ ଆନ୍ଦୋଳନ କାରୀ ଙ୍କ ପକ୍ଷରୁ ଟୋଲ ଗେଟ କୁ ସଂପୂଣ୍ଣ ଭାବରେ ଅସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ