Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନା ବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ  

କଳାହାଣ୍ଡି, ୦୩/୦୭ (ଜଗନ୍ନାଥ ନାଏକ) : ଆଜି ବୁଧବାର ଦିନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନର୍ଲା ପୋଲିସ ଦ୍ବାରା ଜଣେ ନା ବାଳିକା କୁ ଦୁଷ୍କର୍ମ କରିଥିବା ଅଭିଯୋଗ ରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ମୁତାବକ ଗତ ୨୬/୧୦/୨୦୨୪ ଦିନ ନର୍ଲା ଥାନା ଅନ୍ତର୍ଗତ ଡୁଡ଼ାଲୁ ଗ୍ରାମର ପ୍ରଶାନ୍ତ ପଧାନ ୩୦ ବର୍ଷ ପିତା – କୁମର ପଧାନ ନାମକ ଜଣେ ଯୁବକ ନର୍ଲା ଥାନା ଅଂଚଳର ଜଣେ ୧୨ ବର୍ଷୀୟା ନା ବାଳିକା କୁ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇଥିଲା, ଘଟଣାକୁ ନେଇ ପରିବାର ଲୋକେ ନର୍ଲା ଥାନାରେ ଅଭିଯୋଗ କରିଥିଲେ , ଗତ ମଙ୍ଗଳବାର ରାତ୍ର ୮ ଘଣ୍ଟା ସମୟରେ ଅଭିଯୁକ୍ତ ନର୍ଲା ରୋଡ ଷ୍ଟେସନ ରେ ବୁଲୁଥିବା ର ପୋଲିସ ସୂଚନା ପାଇଁ ଅଭିଯୁକ୍ତ ପ୍ରଶାନ୍ତ ପଧାନ ଙ୍କୁ ଗିରଫ କରି ଥାନା କୁ ଆଣି ଅଟକ ରଖି ଅଧିକ ପଚରାଉଚରା କରିଥିଲା, ବୁଧବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଅଭିଯୁକ୍ତ ନାମରେ କେଶ୍ ନମ୍ବର ୧୯୯/୨୨ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀମତୀ ମମତା ପାଣିଗ୍ରାହୀ ।