ଜନ୍ମରୁ ସ୍କୁଲ ଦୁଆର ଦେଖିନାହିଁ ମମିତା ମାଝୀ ପିତା ମାତାଙ୍କ ଦେହାନ୍ତ ପରେ ଅସହାୟ ଯିବନ


କଳାହାଣ୍ଡି, ୦୩/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତ କୁସୁମ୍ବରା ଗାଁ ରେ ରହୁଛି ଏକ ଅସହାୟ ଶିଶୁ ମମିତା ମାଝୀ l ବୟସ ମାତ୍ର ୧୦ ବର୍ଷ l ଗାଁ ରେ ସ୍କୁଲ ନଥିବାରୁ ଓ ପିତା ମାତା ନଥିବାରୁ ମମିତା ସ୍କୁଲ ଦୁଆର ପାଦ ମାଡ଼ିନାହିଁ l ଅଜା ଘାଷି ମାଝୀ ଓ ଆଈ ମଙ୍ଗଲେ ମାଝୀ ଙ୍କ ପାଖରେ ରହି ଘର କାମ ରେ ସାହାର୍ଯ୍ୟ କରୁଛି l ଅଜା ଆଇ ମଧ୍ୟ ବୃଦ୍ଧ ଅବସ୍ଥା ରେ ବହୁତ ଅସୁବିଧା ରେ ରହୁଛନ୍ତି l ମନରେ ପାଠ ପଢିବାକୁ ଇଛାଥିଲେ ମଧ୍ୟ ପାରିବାରିକ ସମସ୍ୟା ହେତୁ ଅନେକ ବାଧା ବିଘ୍ନ ରେ ପାଠ ପଢିପାରୁନାହିଁ l
ସୂଚନା ଅନୁସାରେ ଦେଦର ପଞ୍ଚାୟତ ବଣ ପାହାଡ଼ ଉପରେ କୁସୁମ୍ବରା ଗାଁ ଅବସ୍ଥିତ l ଏହି ଗାଁ ରେ ବିଭିନ୍ନ ସମ୍ପ୍ରଦାୟ ର ପ୍ରାୟ ୨୦ ରୁ ଅଧିକ ପରିବାର ବସବାସ କରନ୍ତି l ଏହି ପରିପ୍ରେକ୍ଷୀରେ ଗାଁ ରେ ଅର୍ଜୁନ ମାଝୀ ଓ ସସ୍ମିତା ମାଝୀ ମଧ୍ୟ ବସବାସ କରୁଥିଲେ l ଝିଅ କୁ ଜନ୍ମଦେଇ ସସ୍ମିତା ଙ୍କ ମୃତ୍ୟୁ ପରେ ପିତା ଅର୍ଜୁନ ଝିଅର ଲାଳନ ପାଳନ କଲେ l ତାଙ୍କର ମଧ୍ୟ ଗତବର୍ଷ ଜ୍ଵର ରେ ଦେହାନ୍ତ ହେବାରୁ ଝିଅ ମମିତା ଏବେ ଅସହାୟ ଅବସ୍ଥାରେ ଅଜା ଆଈଙ୍କ ପାଖରେ ରହୁଛି l ମମିତା ପଢ଼ିବାର ଇଛାଥିଲେ ମଧ୍ୟ ପରିବାର ର ଅସୁବିଧା ବାଧା ଦେଉଛି l ବୟସ ୧0 ବର୍ଷ ହୋଇଥିଲେ ମଧ୍ୟ ସ୍କୁଲ ଦୁଆର ଦେଖିନାହିଁ l ଏହି ସମସ୍ୟା ବିଷୟରେ କିଛିଦିନ ତଳେ ସମାଜସେବୀ ଶ୍ରୀ ଯଶୋବନ୍ତ ରଣା ଜାଣିବାକୁ ପାଇଲା ପରେ ମମିତା ମାଝୀ ଙ୍କ ଘରକୁ ଯାଇ ତାକୁ ଭେଟି ସମସ୍ତ ସମସ୍ୟା ବିଷୟରେ ପଚାରି ବୁଝିଥିଲେ l ସେ ପଢିବାକୁ ଇଛା ପ୍ରକାଶ କରିବାରୁ ତାକୁ ପଢ଼ିବାର ସମସ୍ତ ବ୍ୟବସ୍ଥା କରିବାପାଇଁ ପ୍ରତିଶୃତି ଦେଇଛନ୍ତି l ମମିତା ଙ୍କ ଅଜା ଆଇ ମଧ୍ୟ କୌଣସି ଏକ ଆଶ୍ରମ ସ୍କୁଲ ରେ ରଖି ପଢେଇବାକୁ କହିଥିଲେ l ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ମମିତା କୁ ଥଇଥାନ କରିବାକୁ ଶ୍ରୀ ରଣା ଓ ଗ୍ରାମବାସୀ ଦାବି କରିଛନ୍ତି l