ବେଲଗୁଣ୍ଠା ପଞ୍ଚାୟତ ସମିତି ବୈଠକରେ ଡାକ୍ତର ଅଭାବ ନେଇ ଉଦବେଗ


ବେଲଗୁଣ୍ଠା, 03/07, ଆଜି ବେଲଗୁଣ୍ଠା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ତାଙ୍କୁ ଅଧ୍ୟକ୍ଷ ଶ୍ରୀ ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ I ଆଜି ପଂଚାୟତ ସମିତି ବୈଠକରେ ମୂଖ୍ୟତଃ ସରକାରୀ ଡାକ୍ତରଖାନାରେ ଡ଼ାକ୍ତର ଅଭାବକୁ ନେଇ ସମସ୍ତ ସଦସ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ I ଗଂଜାମ ଜିଲ୍ଳାକୁ ଛାଡିଦେଲେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାରି ରୁ ଉର୍ଦ୍ଧ୍ଵ ଏମ୍ବିବିଏସ୍ ଡାକ୍ତର ଥିବାବେଳେ ଗଞ୍ଜାମ ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ମାତ୍ର ଦୁଇଜଣ ଲେଖାଏଁ ଡ଼ାକ୍ତର ଅଛନ୍ତି I ତେଣୁ ଦିନ ଏବଂ ରାତିରେ ପାଳିକରି ସେମାନଙ୍କୁ ଦାୟିତ୍ୱ ଦେଉଥିବା କଥା ଗୋବରା ଏବଂ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀ ପ୍ରକାଶ କରିଥିଲେ I ସାମାନ୍ୟ୍ ରୋଗୀ ମଧ୍ୟ ବାଧ୍ୟ ହୋଇ ବେଲଗୁଣ୍ଠା ଏବଂ ଗୋବରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଭଞ୍ଜନଗର କିମ୍ବା ବ୍ରହ୍ମପୁରକୁ ରେଫର୍ ହେଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା I ଏହାକୁ ବିଧାୟକ ଶ୍ରୀ ବିଷୋୟୀ ବିଧାନସଭାରେ ଉପସ୍ଥାପନ କରିବା ସହିତ ଡ଼ାକ୍ତର ସମସ୍ୟାର ସମାଧାନ ଦିଗରେ ସେ ପ୍ରୟାସ କରିବେ ବୋଲି ପ୍ରତିଶୃ୍ତି ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ବିଡିଓ ଭାରତୀ ଦେବୀ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ସଭ୍ୟ ସୁଧୀର କୁମାର ଜେନା, ବିଦ୍ୟାଧର ବିଷୋୟୀ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ କିରାଣୀ ପୂର୍ବ ବୈଠକରେ ବିବରଣୀ ପାଠ କରିଥିଲେ I ଏହା ସହ ପାନୀୟ ଜଳଯୋଗାଣ, ଉଦ୍ୟାନ ବିଭାଗ,ମନରେଗା,ଶିଶୁ ସମନ୍ୱିତ ବିଭାଗ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ୍ ବିଭାଗ ସମ୍ପର୍କରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମରେ ସରପଞ୍ଚ ସତ୍ୟବାନ ସ୍ୱାଇଁ, ଜୟରାମ ନାୟକ, ସୁପ୍ରଭା ଗୌଡ଼,କମଳା କୁମାରୀ ପ୍ରଧାନ,ରାମେଶ୍ଵର ପାତ୍ର, ସମିତିସଭ୍ଯା ଗୀତାଞ୍ଜଳି ବିଷୋୟୀ, ସୁଧାଂଶୁ ଶେଖର ପୋଲାଇ,ବିଭୁପାଦ ଜେନା, କୁଞ୍ଜବିହାରୀ ନାୟକ ,ମମତା ଭୋଳ, ପୀତବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I