Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ବାବୁ ବାବୁଅନି ଙ୍କ ସରକାରୀ ଜମି ଜବର ଦଖଲ

କଳାହାଣ୍ଡି, ୦୪/୦୭ (ଜଗନ୍ନାଥ ନାଏକ) : ଭୂମିହୀନ, ବାସହୀନ ନିରୀହ ଖଟିଖିଆ ସରକାରୀ, ଗୋଚର, ଜଙ୍ଗଲ ଜମି ଅକ୍ତିଆର କରି ବସବାସ କରୁଥିବା ବେଳେ ସରକାରୀ ଚାକିରିଆ ବାବୁ ମଧ୍ୟ ଗୋଚର ଜମି ଜବର୍ ଦଖଲ ନିଶା ଛାଡୁନି। ସରକାରୀ ଜମି ଜବର ଦକଲ କରନ୍ତୁ କିଛି ଅସୁବିଧା ନାହିଁ କିନ୍ତୁ ଆଉ କାହାକୁ ଉଚ୍ଛେଦ କରି ନିଜ ଅକ୍ତିଆର କରିବା କେତେ ଦୂର ଯୁକ୍ତି ସଂଗତ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମୋଟର ପଞ୍ଚାୟତ ମୋଟର ଗ୍ରାମ ଗୋବିନ୍ଦପାଲି ପଡ଼ାର ନିରୀହ ଗରିବ ଖଟିଖିଆ ଭୂମିହୀନ ଲୋକ ଦୀର୍ଘ ପଚିଶ ବର୍ଷ ହେବ ସରକାରୀ ଗୋଚର ଜମିରେ ଇନକ୍ଲୁଜମେଣ୍ଟ ବା ଖଜଣା ଦେଇ ବସବାସ କରିଆସୁଛନ୍ତି। ଉକ୍ତ ପଡ଼ା ପାଖରେ ଏସ୍.ଡି.ଓ. ବାବୁ ଚିନ୍ତା ମନି ଜାଲ ଏବଂ ତାଙ୍କ ଶିକ୍ଷୟତ୍ରୀ ସ୍ତ୍ରୀ ନଳିନୀ ପ୍ରଭା ଜାଲ ଙ୍କ ଚାଷ ଜମି ରହିଛି। ନିଜ ଜମି ପାଖରେ ଲାଗି ଥିବା ଗୋଚର ଜମି ଙ୍କୁ ଉକ୍ତ ଦମ୍ପତି ମଧ୍ୟ ଖଜଣା ଦେଇ ଚାଷ କରିଆସୁଛନ୍ତି। ପଡ଼ା ବାସିନ୍ଦା ଙ୍କୁ ଗାଳି ଗୁଲଜ ଦେଇ ଘର ଭାଙ୍ଗି ଦେବା କୁ ମଧ୍ୟ ଧମକ ଦେଉଥିବା ଅଭିଯୋଗ। ନିରୀହ ପରିବାର ଘର ଭାଙ୍ଗି ଚାଲି ଗଲେ ଉକ୍ତ ଜମି ନିଜ ଆକ୍ତି ଅର୍ ରେ ନେଇ ପାରିବେ ସେହି ଉଦ୍ୟମ କରୁଥିବା ଅଭିଯୋଗ କରନ୍ତି ପଡ଼ା ବାସୀ ସରକାରୀ ଏସ୍.ଡି.ଓ. ବାବୁ ପଇସା ବଲରେ ତହସିଲ କର୍ମଚାରି ଙ୍କୁ ହାତ ମୁଠାରେ ରଖିଥିବା ଗ୍ରାମବାସି ଙ୍କ ଅଭିଯୋଗ। ବିହାଗୀୟ ଅଧିକାରୀ ଏ ବିଷୟରେ ଦୃଷ୍ଟି ଦେଇ ଉଚିତ ବିଚାର କରିବା କୁ ସାଧାରଣ ରେ ଦାବି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories