କଳାହାଣ୍ଡି, ୦୪/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ. 2000 ଯୁବକ ଯୁବତୀ ଙ୍କୁ ଦକ୍ଷ ତଥା ନିଯୁକ୍ତି ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦେଶ
ଆଜି ସପ୍ତମ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ପି ଅନ୍ଵେଷା ରେଡଡି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି . ଏହି ବୈଠକ ରେ ଜିଲ୍ଲାପାଳ ସମସ୍ତ ITI, ସରକାରୀ ପଲିଟେକନିକ, ତାଲିମ କେନ୍ଦ୍ର ଯଥା ଶାହୀ ଏକ୍ସପୋର୍ଟସ, ବେଦାନ୍ତ ଟ୍ରେନିଂ କେନ୍ଦ୍ର, ଜନ ଶିକ୍ଷଣ ସଂସ୍ଥାନ, ଡାଟା PRO , ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ତାଲିମ କେନ୍ଦ୍ର ର ବିଗତ ଆର୍ଥିକ ବର୍ଷ ର ସମୀକ୍ଷା କରିଥିଲେ ଓ ଚଳିତ ବର୍ଷ ପାଇଁ 2000 ଯୁବକ ଯୁବତୀ ଙ୍କୁ ଦକ୍ଷ ତଥା ନିଯୁକ୍ତି ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ. ଜେଲ ଅନ୍ତେବାସି, ଦିବ୍ୟାଙ୍ଗ ଓ କୁଟିଆ କନ୍ଧ ମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ. ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ସମନ୍ୟୂତ ଭାବରେ କାର୍ଯ୍ୟ କରି ଜିଲ୍ଲାକୁ ଦକ୍ଷତା ବିକାଶ ରେ ଏକ ଅଗ୍ରଣୀ ଜିଲ୍ଲା ରୂପେ ଗଢିତୋଳିବାକୁ ନିର୍ଦେଶ ଦେଇଥିଲେ. ଏହି ବୈଠକ କୁ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିବା ବେଳେ. ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଅମୁଲ୍ୟ ପଣ୍ଡା ITI ଭବାନୀପାଟଣା ର ଅଧ୍ୟକ୍ଷ ଶିବ ପ୍ରସାଦ ସାମନ୍ତରାୟ, ITI ଜୁନାଗଡ଼ ର ଅଧ୍ୟକ୍ଷ ସ୍ନେହାଶିଷ ମୁଦୁଲି, ପି ଏ ଆଇ ଟି ଡି ଏ ରାମକୃଷ୍ଣ ଗୋଂଡ଼ , ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମହାପ୍ରସାଦ ଦାସ ,ବେଦାନ୍ତ ରୁ ଅଭିନୟ ପ୍ରତାପ, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ର ଡିନ ମଧୁଲିକା ସାହୁ ଆଦି ଯୋଗ ଦେଇ ବିଭିନ୍ନ ବିଷୟ ରେ ଆଲୋଚନା କରିଥିଲେ. ଏଥିରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ର ଦକ୍ଷତା ବିକାଶ ଅଧିକାରୀ ସୁବିଦିତ ସାମନ୍ତରାୟ, ଲୋକନାଥ ପଟେଲ, ସୁବ୍ରତ ମେହେର ଆଦି ସହାୟତା କରିଥିଲେ।