Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଗଣା ବିଜୁଳି ପ୍ରସଙ୍ଗରେ ମନମୋହନ ଶୁଣାଇଲେ ସ୍ପଷ୍ଟ ବାର୍ତ୍ତା

ଭୁବନେଶ୍ୱର: ମାଗଣା ବିଜୁଳି ପ୍ରସଙ୍ଗରେ ବିଜେଡିକୁ ବିଜେପି ଦେଇଛି ରୋକଠୋକ୍ ଜବାବ।୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଭାଜପାକୁ ବିଜେଡି ଟାର୍ଗେଟ କରିଥିଲା। ଏବେ ଭାଜପା ଏହାର ଜବାବ ରଖିଛି । ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଭାଜପାର ସଂକଳ୍ପପତ୍ରକୁ ବୋଧହୁଏ ବିଜେଡି ଠିକ ଢଙ୍ଗରେ ପଢିନି।ପଢିଥିଲେ ନିଜ ବାହାଦୂରୀ ମାରିନଥାନ୍ତା।ମନମୋହନ ଇସ୍ତାହାରକୁ ମନେପକାଇ ଦେଇ କହିଛନ୍ତି ଯେ, ମାଗଣା ବିଜୁଳି ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭୫ ହଜାର ଟଙ୍କାର ସୋଲାର ସିଷ୍ଟମ ଦିଆଯିବ । ସୋଲାର ସିଷ୍ଟମ ଦ୍ୱାରା ମାଗଣା ବିଜୁଳି ବ୍ୟବହାର କରିବା ପରେ ବଳକା ବିଜୁଳିକୁ ସରକାରଙ୍କୁ ବିକିପାରିବେ ହିତାଧିକାରୀ। କେନ୍ଦ୍ର ବଜେଟ ଆସିବା ପରେ ଏହି ଯୋଜନା ଆରମ୍ଭ ହେବ। ମୋଦି ଯାହା କୁହନ୍ତି ତାହା କରନ୍ତି, ସମସ୍ତ ରାଜ୍ୟରେ ମାଗଣା ବିଜୁଳି ବ୍ୟବସ୍ଥା ଲାଗୁ କରାଯିବ।ଏହା ବିଜେଡି ଭଲ ଭାବେ ଜାଣିବା କଥା।
ଅନ୍ୟପଟେ ମାଗଣା ବିଜୁଳିକୁ ନେଇ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଭାଜପାକୁ ଟାର୍ଗେଟ୍‌ କରି କହିଥିଲେ, ନିର୍ବାଚନବେଳେ ବିଜେଡି ୧୦୦ ୟୁନିଟ୍‌ ମାଗଣା ବିଜୁଳି ଦେବ କହିଥିଲା, କିନ୍ତୁ ଭାଜପା ୩୦୦ ୟୁନିଟ ଦେବ କହିଥିଲା। ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ନ ହେଉ। ବିଜେଡି ପକ୍ଷରୁ ସରକାରଙ୍କୁ ଆମେ ମନେ ପକାଇ ଦେଉଛୁ ବୋଲି ପ୍ରତାପ ଦେବ କହିଥିଲେ।
ଏହାର ଜବାବରେ ମାଗଣା ବିଜୁଳି ନେଇ ମନମୋହନ ତାଙ୍କ ସରକାରର ସ୍ୱଷ୍ଟ ବାର୍ତ୍ତା ପ୍ରଦାନକରି ବିଭ୍ରାନ୍ତିକର ତଥ୍ୟ ଦେବା ନେଇ ତାଗିଦ୍ କରି ଓଡିଶାର ଉଜ୍ୱଳ ଭବିଷ୍ୟତ ଦେଖିବାକୁ କିଛି ସମୟ ଅପେକ୍ଷା କରିବାକୁ କହିଛନ୍ତି।