Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍ ଉଦ୍ୟମ, ମାଡ଼ି ବସିଲେ କର୍ମଚାରୀ ଓ ଗ୍ରାହକ

ବଲାଙ୍ଗୀର: ବ୍ୟାଙ୍କରେ ଖଚାଖଚ ଭିଡ଼ । ନେଣଦେରରେ ବ୍ୟସ୍ତ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀ । ଏହି ସମୟରେ ଏକ ଭୁଜାଲି ଓ ବନ୍ଧୁକ ଧରି ବ୍ୟାଙ୍କରେ ପଶିଲେ ଜଣେ ବ୍ୟକ୍ତି । ଲୋକଙ୍କୁ ଓ କର୍ମଚାରୀଙ୍କୁ ଭୟଭିତ କରି ବ୍ୟାଙ୍କ ଲୁଟିବାକୁ କରିଥିଲେ ଉଦ୍ୟମ । ଫଳରେ ବ୍ୟାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ହେଲେ ଏହା କିଛି ସମୟ ପାଇଁ ଥିଲା । ଲୁଟେରା ଜଣଙ୍କ ଜାଣି ନଥିଲେ ଏହା ତାଙ୍କୁ ପଡ଼ିପାରେ ମହଙ୍ଗା । ବ୍ୟାଙ୍କ କର୍ମଚାରୀ ଓ ସେଠାରେ ଉପସ୍ଥିତ ଗ୍ରାହକ ଲୁଟେରାର ଭୁଜାଲି ଓ ବନ୍ଧୁକରେ ଭୟଭିତ ନହୋଇ ତାକୁ ମାଡ଼ି ବସିଥିଲେ । ଏମିତି ଘଟଣା ଗତକାଲି ବଲାଙ୍ଗୀର ଜିଲ୍ଲା ଗାନ୍ଧୀପଡାସ୍ଥିତ ଇସାଫ ବ୍ୟାଙ୍କ କାର୍ଯ୍ୟାଳୟରେ ଘଟିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ମନମୋହନ ପ୍ରଧାନ ।

ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମନମୋହନଙ୍କୁ କାବୁ କରିବା ପରେ ତାଙ୍କ ପାଖରୁ ଭୁଜାଲି ଓ ବନ୍ଧୁକ ଛଡ଼ାଇ ନେଇଥିଲେ । ତେବେ ବନ୍ଧୁକଟି ଏକ ଖେଳନା ବନ୍ଧୁକ ବୋଲି ଜଣାପଡ଼ିଥିଲା । ଏହାପରେ ବ୍ୟାଙ୍କ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇବା ମାତ୍ରେ ପୋଲିସ ବ୍ୟାଙ୍କରେ ପହଞ୍ଚି ଅଭିଯୁକ୍ତ ମନମୋହନଙ୍କୁ ଗିରଫ କରିଛି ।

ଲୁଟ୍‌ ଉଦ୍ୟମ ପୂର୍ବରୁ ଡକାୟତ ଜଣକ ବାଇକରେ ଆସି ରେକି କରିଥିବା ପ୍ରାଥମିକ ସୂଚନା ମିଳିଛି । ତେବେ ଏଥିରେ ଆଉ କିଏ ତାଙ୍କ ସହଯୋଗୀ ଅଛନ୍ତି ତାଙ୍କୁ ଗିରଫ କରିବାକୁ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଛି ।