ଆର ପାରିରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ


ଆର ପାରିରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ
ଅସ୍ତରଙ୍ଗ,,ଓଡ଼ିଶା ରାଜ ନୀତିରେ ଜଣେ ଲୋକପ୍ରିୟ ରାଜନେତା,ପୂର୍ବତନ ମନ୍ତ୍ରୀ,୭ ଥର ବିଧାୟକ,ସୁରେନ୍ଦ୍ର ନାଥ ନାୟକ ଙ୍କର ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଗୁରୁବାର ରାତ୍ରରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।
ଶ୍ରୀ ନାୟକ ଙ୍କ ଜୀବନ କାଳ ମଧ୍ୟରେ ସେ, ପ୍ରାଥମିକ ବିଦ୍ୟାଳୟ ରୁ ଶିକ୍ଷକତା ଆରମ୍ଭ କରି ରାଜନୀତିରେ ପ୍ରବେଶ କରିଥିଲେ । ବିଜୁ ପଟ୍ଟନାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପ୍ରଥମେ ଅସ୍ତରଙ୍ଗ ବ୍ଲକ ର ଅଧ୍ୟକ୍ଷ ପଦ ଅଳଙ୍କୃତ କରିଥିଲେ । ଆଉ ପଛକୁ ଫେରି ନ ଥିଲେ ଶ୍ରୀ ନାୟକ । ୧୯୭୧ ମସିହାରେ ଉତ୍କଳ କଂଗ୍ରେସ ଦଳରୁ ଟିକେଟ ପାଇ ପ୍ରଥମେ କାକଟପୁର ନିର୍ବାଚନ ମଣ୍ଡଳୀରୁ ବିଧନସଭାକୁ ନିର୍ବାଚିତ ହୋଇଥିଲେ । ବିଧାୟକ ହେବାର ପାଞ୍ଚ ବର୍ଷ ପୁରିଗଲା ପରେ ୧୯୭୫ ମସିହାରେ ସେତେବେଳର ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ,ଦେଶରେ ଜରୁରୀ କାଳୀନ ଅବସ୍ଥା ଜାରି କାଲାରୁ,ସୁରେନ୍ଦ୍ର , ଲୋକ ନାୟକ ଜୟ ପ୍ରକାଶ ଙ୍କ ଡାକରା ରେ ଆନ୍ଦୋଳନ କରି, ଗିରଫ ହୋଇ ୧୯ ମାସ କାରା ବରଣ କରିଥିଲେ । ଜେଲରୁ ବାହାରିବା ପରେ ୧୯୭୭ ମସିହାରେ ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା । ପୁଣି ବିଧାୟକ ଭାବେ ନିର୍ବାଚିତ ହୋଇ ସେତେବେଳ ର ମୁଖ୍ୟମନ୍ତ୍ରୀ ଶ୍ରୀ ନୀଳମଣି ରାଉତରାୟ ଙ୍କ ମନ୍ତ୍ରୀ ମଣ୍ଡଳରେ ଉପ ବାଚସ୍ପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ । ହାର ଜିତ୍ ଭିତରେ କିଛି ବର୍ଷ ଅତିବାହିତ କଲା ପରେ ୧୯୮୫ ରୁ ୧୯୯୫ ପର୍ଯ୍ୟନ୍ତ ଜନତା ଦଳ ଟିକଟରେ ପୁନର୍ବାର ନିର୍ବାଚିତ ହୋଇ ୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ବିଜୁବାବୁ ଙ୍କ ମନ୍ତ୍ରୀ ମଣ୍ଡଳ ରେ ରାଜସ୍ବ ଓ ଅବକାରୀ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ଵ ନେଇ,୧୩ ରୁ ୩୦ ଟି ଜିଲା ଗଠନ କରି ନିଜର ପରାକାଷ୍ଠା ପ୍ରତିପାଦନ କରି ପାରିଥିଲେ ଶ୍ରୀ ନାୟକ । ପୁନର୍ବାର ୨୦୦୦ ମସିହା ରୁ ୨୦୦୪ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳ ରେ ପଞ୍ଚାୟତରାଜ୍ ଓ ଅବକାରୀ ବିଭାଗ ,୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ କୃଷି ବିଭାଗ ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିବା ବେଳେ,ସେହି ସମୟ ରେ କାକଟପୁର ନିର୍ବାଚନ ମଣ୍ଡଳୀ କୁ ସଂରକ୍ଷଣ କରି ଦିଆ ଯାଇଥିଲା । ଯାହା ଫଳରେ କି ସ୍ଵର୍ଗତ ନାୟକ ଆଉ ବିଧାନସଭା ନିର୍ବାଚନ ରେ ପ୍ରତି ଦୋନ୍ଦିତା ନ କରି ପାରିବାରୁ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡ ର ଉପାଧ୍ୟକ୍ଷ ଭାବେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ନିର୍ବାଚିତ କରିଥିଲେ ସେତେ ବେଳର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ୨୦୧୪ ରୁ ପ୍ରତ୍ୟକ୍ଷ ରାଜ ନୀତିରେ ଭାଗ ନେଇ ନ ଥିଲେ ମଧ୍ୟ ,ପରୋକ୍ଷ ଭାବେ ସମାଜ ସେବା ଭଳି କିଛି କାର୍ଯ୍ୟ କରିବା ସହ,ଲୋକଙ୍କ ଭଲ ମନ୍ଦ ବୁଝିବା ପାଇଁ ତାଙ୍କ ଅଗଣା ଖୋଲା ରହିଥିଲା । ହେଲେ,ସେ ଦୁର୍ବାସା ଆଜି ନାହାନ୍ତି । ମୃତ୍ୟୁ ଖବର ତାଙ୍କ ନିଜ ଜନ୍ମସ୍ଥାନ ଅସ୍ତରଙ୍ଗ ରେ ପ୍ରଚାରିତ ହେବା ପରେ ,ମାଟିର ବିକାଶ ପୁରୁଷ କୁ ହରାଇ ଆଖିର ଲୋତକ ସହ ଭାଙ୍ଗି ପଡ଼ିଛନ୍ତି ହଜାର ହଜାର ଜନତା । ଭୁବନେଶ୍ୱର ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଅପେକ୍ଷା କରିଥିବା ହଜାର ହଜାର ଅଶ୍ରୁଳ ଜନତା ରାଜ ରାସ୍ତାରେ ଅପେକ୍ଷା କରି ସ୍ଵଗ୍ରତ ନାୟକ ଙ୍କ ମର ସାରୀରରେ ପୁଷ୍ପମାଳ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ବେଳେ ,ନିଜ ଜନ୍ମସ୍ଥାନ ଅଣକଣା ରେ ସହ ସହ ଜନତା ଙ୍କ ଉପସ୍ଥିତିରେ ତାଙ୍କ ମଶାଣି ରେ ବନ୍ଧୁ ପରିଜନ ଙ୍କ ଉପସ୍ଥିତିରେ ସବ ଦାହ କରା ଜାଇ ଅଛି ।