Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କ ପରଲୋକ

ମୁମ୍ବାଇ: ପ୍ରସିଦ୍ଧ ଫିଲ୍ମ ନିର୍ମାତା ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ପାମେଲା ଚୋପ୍ରା ଜଣେ ପ୍ରସିଦ୍ଧ ଭାରତୀୟ ପ୍ରଚ୍ଛଦପଟ୍ଟ ଗାୟକ ଥିଲେ। ସେ ଜଣେ ଲେଖିକା ଏବଂ ନିର୍ମାତା ମଧ୍ୟ ଥିଲେ। ରିପୋର୍ଟ ଅନୁଯାୟୀ, ତାଙ୍କୁ ଗତ ୧୫ ଦିନ ଧରି ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଆଜି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ରିପୋର୍ଟ ଅନୁଯାୟୀ ନିମୋନିଆ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଏବଂ ମଲ୍ଟିଅରଗାନ ଫେଲ୍‌ ଯୋଗୁ ପାମେଲା ଚୋପ୍ରାଙ୍କର ମୃତ୍ୟୁ ଘଟିଛି। ପାମେଲା ୧୯୭୦ ରେ ୟଶ ଚୋପ୍ରାଙ୍କୁ ବିବାହ କରିଥିଲେ। ଏଥିସହିତ ୟଶ ରାଜ ଫିଲ୍ମସ ଟ୍ୱିଟ୍ କରି ପାମେଲା ଚୋପ୍ରାଙ୍କ ମୃତ୍ୟୁ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ମଧ୍ୟ ଦେଇଛନ୍ତି।