Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତମାଳା ରାସ୍ତା ନିର୍ମାଣ କ୍ୟାମ୍ପ୍ ରେ ଜଣେ ଶ୍ରମିକ ଙ୍କମୃତ୍ୟୁ ପୋଲିସ କରୁଛି ତଦନ୍ତ

ପଟ୍ଟାଙ୍ଗି୦୬/୦୭ନିଜ ପରିବାର ଙ୍କୁ ବାହାର ରାଜ୍ୟରେ ଛାଡ଼ି ଓଡିଶା ରେ ପହଞ୍ଚି କିଛି ରୋଜଗାର କରିବା ସ୍ୱପ୍ନ ଦେଖି ପହଞ୍ଚିଥିବା ଶ୍ରମିକଙ୍କ ମୃତ କୁ ନେଇ ପରିବାର ସଦସ୍ୟ ଙ୍କ ପାଇଁ ଆଣି ଦେଇଛି ଦୁଃଖଦ ଖବର ଏହିପରି ସ୍ଥିତିରେ ପୋଲିସ ପାଇଁ ଏକ ପ୍ରକାର ଚିନ୍ତା ବଢାଇ ଦେଇଥିବା ବେଳେ ପୋଲିସ ମୃତର ପ୍ରକୃତ ରହସ୍ୟ ଖୋଜିବା ଆରମ୍ଭ କରିଦେଇଛି । ଏହିପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ସୁଙ୍କି ଥାନା ଅଧିନସ୍ଥ ପେଟୁରୁ ପଞ୍ଚାୟତ ର ମାଦିଲିଗୁଡା ରେ ରହିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟର OD07 କ୍ୟାମ୍ପ୍ ପରିସରରେ । ସୂଚନା ମୁତାବକ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମସିମ୍ପୁଲ ଜିଲ୍ଲା ର ମଝିଗାଁଓ ର ଲାଲ ବିହାରୀ ମହାରଣା ଗତ ୨୮ ତାରିଖ ରେ ଉପରୋକ୍ତ କ୍ୟାମ୍ପ୍ ରେ ନିଜ ସମ୍ପର୍କୀୟ ତଥା ୦୯ ଜଣ ଶ୍ରମିକଙ୍କ ସହ ପହଞ୍ଚି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ କିନ୍ତୁ ଲାଲ ବିହାରୀ ଗୁରୁବାର ସନ୍ଦ୍ୟା ସମୟରେ ଉପରୋକ୍ତ କ୍ୟାମ୍ପ୍ ଭିତରେ ଏକାକୀ ରହିଥିବା ବେଳେ ଅନ୍ୟ ସମସ୍ତ ଶ୍ରମିକ କ୍ୟାମ୍ପ୍ ବାହାରେ ବୁଲୁଥିବା ବେଳେ ଲାଲ୍ ବିହାରୀ ଙ୍କ ଜୁଇଁ କାଣ୍ଡି ଚାତାୟା ବାହାରେ ସମସ୍ତ ଶ୍ରମିକଙ୍କ ପାଇଁ ରୋଷେଇ କରୁଥିବା ସହ ହଟାତ୍ କ୍ୟାମ୍ପ୍ ଭିତରକୁ ପ୍ରବେଶ କରିଥିଲେ । ଏହି ସମୟରେ ଲାଲ୍ ବିହାରୀ ରକ୍ତ ଜୁଡୁ ବୁଡୁ ହୋଇ ତଳେ।ପଡି ରହିଥିବା ଦେଖି ବାହାରେ ରହିଥିବା ଶ୍ରମିକ ମାନଙ୍କୁ ଡାକି କମ୍ପାନୀ କତ୍ରୃପକ୍ଷ ଙ୍କୁ ଅବଗତ କରି ଗୋଟିଏ ଦିନ ଯଥା ଶୁକ୍ରବାର ଦିନ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇ ଶବ ବ୍ୟବଚ୍ଛେଦ କରିବାର ବ୍ୟବସ୍ଥା କରିଥିବା ଜଣାପଡିଛି । ସେପଟେ ମୃତ ଲାଲ୍ ବିହାରୀ ଙ୍କ ପୁଅ ଗୁଲସନ୍ ମହାରଣା ଙ୍କ କହିବା ଅନୁସାରେ ବାପା ଆତ୍ମହତ୍ୟା କରିନାହାନ୍ତି ଏହା ହତ୍ୟା ବୋଲି ଅଭିଯୋଗ ଉଠାଇଥିବା ସହ ତାଙ୍କ ପାଖରେ ଗୋଟିଏ ଧାରୁଆ ଅସ୍ତ୍ର ପଡିଥିବା ବେଳେ ପୋଲିସ ଜବତ କରିଛି । ସେପଟେ ଭାରତମାଳା କମ୍ପାନୀ କତ୍ରୃପକ୍ଷ ଏହା ଆତ୍ମହତ୍ୟା ହୋଇଥିବ ବୋଲି ପ୍ରକାଶ କରିଛି । ଏନେଇ ସୁନାବେଡା ଏସଡିପିଓ ମନୋବ୍ରତା ସତପଥି ଙ୍କୁ ଯୋଗାଯୋଗ କରା ଯିବାରୁ ଉକ୍ତ ଘଟଣା ଉପରେ ଏକ ମାମଲା ରୁଜ୍ଜୁ ହୋଇଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଛି  ତଦନ୍ତ ପରେ ପ୍ରକୃତ ଘଟଣା କଣ ଜଣାପଡିବ ବୋଲି ପ୍ରକାଶ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ