ପୁରୀ: ପୁରୀ ବେଳାଭୂମିର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳୁ ପୁରୀ ବେଳାଭୂମି ଯାଇ ପ୍ରାତଃଭ୍ରମଣ କରିଛନ୍ତି ରାଷ୍ଟ୍ରପତି । ମହାମହିମ ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ।
ସେ ବେଳାଭୂମିର ପବନ, ସମୁଦ୍ରର ଢେଉ ଓ ଜଳରାଶିକୁ ନେଇ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ‘ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶ ବିଶେଷ ବୋଲି ଆମର ହୃଦବୋଧ ହୁଏ । ଆଜି ବେଳାଭୂମିରେ ଚାଲୁଥିଲା ବେଳେ ମନ୍ଦ ମନ୍ଦ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି । ମୋର ମନେ ହେଲା, ମୁଁ ଯେମିତି ଧ୍ୟାମମଗ୍ନ ହୋଇଯାଇଛି’ ।
ଗତକାଲି ପୁରୀ ଆସି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲେ ରାଷ୍ଟ୍ରପତି । ରଥାରୂଢ଼ ତିନି ଠାକୁରଙ୍କ ଦର୍ଶନ କରିବା ସହ ତିନି ରଥ ଟାଣିଥିଲେ ରାଷ୍ଟ୍ରପତି ।