Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ବାଘ ଝୋଲା ଗାଁ କମଲ ନଦୀରେ ଲୀନ ହେବା ଆଶଙ୍କା।

କଳାହାଣ୍ଡି:୦୯/୦୭
କଳାହାଣ୍ଡି ଜିଲ୍ଲା ଜୟପାଟଣା ଓ କୋକସରା ବ୍ଲକ ସୀମାନ୍ତ ରେ ଥିବା ଉଚ୍ଛୁଳ।ପଞ୍ଚାୟତ ର ବାଘ ଝୋଲା ଗାଁ ଆଜି ଯାଏ ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ରହିଛି। ଏହି ଗ୍ରାମ କୁ ସରକାର ଙ୍କ ବିଭିନ୍ନ ଯୋଜନା ଅପହଞ୍ଚ ହୋଇ ରହିଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନା ରୁ ଜଣାପଡ଼ିଛି ଯେ ଉଚ୍ଛୁଲା ପଞ୍ଚାୟତ ଅଧିନରେ ଥିବା ଏହି ଗାଁ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ରୁ ୫ କିମି ଦୂରରେ କଲମ ନଦୀ କୂଳରେ ରହିଛି।ଏହି ଗାଁ ରେ ଅନୁସୂଚୀତ ଜାତି ଓ ଜନଜାତି ର ପ୍ରାୟ ୫୦ ପରିବାର ର ୧୫୦ ଭୋଟ ଥିବା ବେଳେ ୪ଶହ ରୁ ଉର୍ଦ୍ଧ ଲୋକ ବାସକରୁଛନ୍ତି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅନୁସୁଚିତ ଜାତି ଓ ଜନ ଜାତି ଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ୍ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରି କୋଟି କୋଟ ଟଙ୍କା ଖର୍ଚ କରୁ ଥିବା ବେଳେ ଏହି ଗାଁ କୁ ଦେଖିଲେ ଏସବୁ ଯୋଜନା କେବଳ କାଗଜ କଲମରେ ସୀମିତ ଥିବା ସ୍ପଷ୍ଟ ଜଣା ପଡୁଛି। ଗାଁ କୁ ଲାଗିଲି କମଳ ନଦୀ ପ୍ରଭାହିତ ହେଉଛି। ବର୍ଷା ଦିନେ ଏହି ନଦୀରେ ବନ୍ୟା ଆସି ନଇଁ କୂଳ ଖାଉ ଥିବା ବେଳେ ଲୋକେ ସବୁ ବେଳେ ଆଶଙ୍କା ରେ ରହିଥାନ୍ତି। ଧିରେ ଧିରେ କଲମ ନଦୀ ଗାଁ ଆଡ଼କୁ ମୁହାଉ ଥିବା ବେଳେ ନଦୀ କୂଳ ରେ ଗାଡୁ ଆଲ ନିହାତି ଦେବା ଜରୁରୀ ହୋଇ ପଡିଥିଲେ ହେଁ ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧି କେବଳ ଶସ୍ତା ରାଜନୀତି କରି ଏହି ଗାଁ କୁ ଆଦୋ ଦୃଷ୍ଟି ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରନ୍ତି। ଏହି ଗାଁ ରେ ୫୦ ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ସମସ୍ତ ପରିବାର ଙ୍କ ପାଖରେ ଜବ କାର୍ଡ ନଥିବା ରୁ କାମ ଧନ୍ଦା ପାଇଁ ନିକଟସ୍ଥ ଲଡୁ ଗାଁ ଉପରେ ନିର୍ଭର କରନ୍ତି। ବାଘ୍ ଝୋଲା ରୁ ସୂପାଡ ଦେଇ ଲଡ଼ୁ ଗାଁ କୁ ଆସିବାକୁ ଥିବା ରାସ୍ତାର କମଲ ନଦୀରେ ପୋଲ ଟିଏ ନଥିବାରୁ ବର୍ଷା ଦିନେ ବହୁତ ଅସୁବିଧା ର ସମୁଖିନ ହେବାକୁ ପଡ଼ି ଥାଏ। ଗାଁ ଠାରୁ ପ୍ରାୟ ୭ କିମି ଦୂରରେ ଉଠା ଜଳ ସେଚନ କେନାଲ ଯାଇଛି କିନ୍ତୁ ଏହି ଗାଁ ଜଳ ସେଚନ ର ସୁବିଧା ନଥିରୁ ରବି ଚାଷ ତ ଦୂର ର କଥା ଖରିଫ ଋତୁରେ ବି ଇନ୍ଦ୍ର ଙ୍କ ଭରସା ରେ ଚାଷ କାର୍ଯ୍ୟ କରିଥାନ୍ତି। ଗାଁ କଡ଼ରେ କମଲ ନଦୀ ଥିଲେବି ଉଠା ଜଳ ସେଚନ ର ବ୍ୟବସ୍ଥା ହୋଇ ପରି ନାହିଁ। କୌଣସି ସରକାରୀ କାମ ନ ମିଳିବାରୁ ଇଟା ,ଖପର, ତିଆରି କରି ବିକ୍ରୀ କରୁ ଥିବା ବେଳେ ଆଶା ଆଶଙ୍କା ରେ କେତେ ପରିବାର କମଲ ନଦୀର ବାଲି ପଠା ରେ ବିଭିନ୍ନ ପନି ପରିବା ଚାଷ କରି ନିଜ ଗୁଜୁରାଣ ମେଣ୍ଟାଉ ଥିବା ଦେଖା ଯାଉଛି। ଏହି ଗାଁ କୁ ସ୍ଵାଧୀନ ୭୭ ବର୍ଷ ପରେ ବି ଆଖି ଦିଶିଆ କାମ ହୋଇ ପରି ନାହିଁ। ତତ୍ କାଳୀନ ବ୍ଲକ ଅଧକ୍ଷା ବାଳ ମତି ବାଗ ଥିବା ସମୟ ଗାଁ ମଝିରେ କିଛି ରାସ୍ତା କଂକ୍ରିଟ କରଣ କରାଯାଇ ଥିଲା ହେଁ ନିର୍ମାଣ ପ୍ରାୟ ୧୦ ବର୍ଷ ବିତଯାଇଥିଲେ ହେଁ ମରାମତି କରା ନିଯିବାରୁ ନଳକୂଅ ନିକଟରେ ଦିଅ ଯାଇଥିବା ହୋମ ପାଇ ରାସ୍ତା ରୁ ଅଲଗା ହୋଇ ଯାଇଛି। ଗାଁ ରେ ଅନେକ ଗରିବ ପିଲା ଥିଲେ ହେଁ ଏଠାକାର ବିଦ୍ୟାଳୟ କୁ ୨ ବର୍ଷ ହେବ । ଉପସ୍ଥାନ କାମ ଦର୍ଶାଇ ସରକାର ପକ୍ଷରୁ ବନ୍ଦ କରି ଦେବାରୁ ୩ କିଲୋମିଟର ଦୂରରେ ଥିବା କୁଣ୍ଡି ଗୁଡା କୁ ପିଲା ପାଠ ପଢ଼ିବା ପାଇଁ ଯାଇଥାନ୍ତି। ଗାଁ ରେ ଏକ ଅଙ୍ଗନ ୱାଡ଼ି କେନ୍ଦ୍ର ରହି ଥିଲେ ହେ ଅଙ୍ଗନ୍ ୱାଡି କର୍ମୀ ୩ କିମି ଦୂର ରୁ ଯିବା ଆସିବା କରିଥାନ୍ତି। ଗାଁ ରେ ଆଶା କର୍ମୀ ଟିଏ ନଥିବାରୁ ଗର୍ଭ ବତି ସୁବିଧା ଅସୁବିଧା ପାଇଁ ୩ କିମି ବେହରଣ ସିଲ୍ ଉପରେ ନିର୍ଭର କରିଥାନ୍ତି। ଗାଁ କୁ ସଂଯୋଗ କରୁଥିବା ରାସ୍ତା ର ଦୂରବସ୍ଥା ଯୋଗୁଁ ବର୍ଷା ଦିନେ ଗାଁ ର ରୋଗୀ ଓ ଗର୍ଭ ବତୀ ଙ୍କୁ ଖଟିଆରେ ବୋହି ଦୁଇ କିଲୋମିଟର ବୋହିକି ବେହରଣ ସିଲ୍ ଛକ ଆର ଡି ରାସ୍ତା କୁ ନେବାକୁ ପଡ଼ିଥାଏ ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ଏଠାରେ ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା ନଥିବାରୁ ନଳକୂପ ପାଣି ହିଁ ଭରସା ଖରା ଦିନ ଜଳ ସ୍ତର କମି ନଳ କୂପ ପାଣି ଶୁଖି କମ ପାଣି। ନିର୍ଗତ ହୁଏ । ଫଳରେ ନଦୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି । ଗାଁ ମଝିରେ ଥିବା ନଲ କୁପ୍ ରେ ମଇଲା ପାଣି ଜମି ରହି ପାଣି ନିଷ୍କାସନ ହୋଇ ନ ପାରି ପାଣି ଦୂଷିତ ହୋଇ ଥାଏ। ଗାଁ ରେ ଏକ ପ୍ରସିଦ୍ଧ ବୁଢ଼ା ରଜା ଓ କାଲିକା ମନ୍ଦିର ଥିବାରୁ ଆଖ ପାଖ ବ୍ଲକ ତଥା ଛତିଶ ଗଡ଼, ନବରଙ୍ଗ ପୁର ଜିଲ୍ଲା ର ଭକ୍ତ ଙ୍କ ସୁଅ ଛୁଟି ଥିବା ବେଳେ ବର୍ଷା ଦିନେ ରାସ୍ତା ସମସ୍ୟା ପିଇ ବହୁତ୍ ହଇରାଣ ହେଉଛନ୍ତି।ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା କୁ ଦାବୀ ହେଉଛି।
ରିପୋର୍ଟ—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories