Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୧୩ଟି ନୂତନ ମେଡିକାଲ କଲେଜକୁ ଅନୁମୋଦନ ଦେଲା ଏନଏମସି, ତାଲିକାରେ ଓଡିଶାର ୨

ନୂଆଦିଲ୍ଲୀ: ଦେଶର ୧୧୩ଟି ନୂତନ ମେଡିକାଲ କଲେଜକୁ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଅନୁମୋଦନ କରିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୨୨ଟି ନୂଆ ମେଡିକାଲ କଲେଜ ରହିଥିବା ବେଳେ ତାଲିକାରେ ଓଡିଶାର ୨ଟି ମେଡିକାଲ ରହିଛି। ଏହାପରେ ମହାରାଷ୍ଟ୍ରରେ ୧୪ଟି ନୂଆ ମେଡିକାଲ କଲେଜକୁ ଅନୁମୋଦନ ମିଳିଛି।

ସେହିପରି ରାଜସ୍ଥାନ ୧୨, ତେଲେଙ୍ଗାନା ୧୧, ପଶ୍ଚିମବଙ୍ଗ ୮, ମଧ୍ୟପ୍ରଦେଶ ୭, ଆନ୍ଧ୍ରପ୍ରଦେଶ ୭, କର୍ଣ୍ଣାଟକ ୫, ତାମିଲନାଡୁ ୫ ଏବଂ କେରଳରେ ୨ଟି ନୂଆ ମେଡିକାଲ କଲେଜକୁ ଅନୁମୋଦନ ମିଳିଛି। ଉତ୍ତରାଖଣ୍ଡକୁ ୩ଟି ନୂଆ ମେଡିକାଲ କଲେଜ ମିଳିଥିବା ବେଳେ ଓଡ଼ିଶା ଓ ଗୁଜରାଟରେ ୨ଟି ଲେଖାଏଁ ମେଡିକାଲ କଲେଜ ରହିବ। ହରିୟାଣା, ଦିଲ୍ଲୀ, ଆସାମ, ପଞ୍ଜାବ, ସିକିମ ଓ ତ୍ରିପୁରାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି।

ଓଡ଼ିଶାରେ ଅନୁମୋଦନ ମିଳିଥିବା ୨ଟି ମେଡିକାଲ କଲେଜ ହେଉଛି ନଖରା ନିକଟରେ ପ୍ରତିଷ୍ଠିତ ଆଇଏମଏସ-ସମ ହସପିଟାଲର ୨ୟ କ୍ୟାମ୍ପସ ଓ ଭବାନୀପାଟଣାରେ ଥିବା ସରକାରୀ ମେଡିକାଲ କଲେଜ୍ ।ଏନଏମସି ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (ଏମଏଆରବି) କହିଛି ଯେ ୧୧୩ଟି ଆବେଦନ ସମ୍ବନ୍ଧୀୟ ଏମଏଆରବିର ଚୂଡ଼ାନ୍ତ ନିଷ୍ପତ୍ତି ମେଡିକାଲ ଅନୁଷ୍ଠାନ, କଲେଜକୁ ଅବଗତ କରାଯାଇଛି।

ଏନଏମସି ନିୟମ ଅନୁଯାୟୀ, କୌଣସି ମେଡିକାଲ କଲେଜ କିମ୍ବା ଅନୁଷ୍ଠାନ ପ୍ରତିଷ୍ଠା ହୋଇପାରିବ ନାହିଁ କିମ୍ବା ନୂତନ ମେଡିକାଲ ପାଠ୍ୟକ୍ରମ ଆରମ୍ଭ କରାଯାଇପାରିବ ନାହିଁ ଯେପର‌୍ୟ୍ୟନ୍ତ ଏମଏଆରବି ଏ ସଂକ୍ରାନ୍ତରେ କରାଯାଇଥିବା ଆବେଦନର ଉତ୍ତରରେ ଲିଖିତ ଭାବେ ଅନୁମତି ନ ଦିଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ