Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟରେ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କଲେ ବିଧାୟକ ନୀଳମଣି, ମଧ୍ୟାନ ଭୋଜନ ଖାଦ୍ୟ ନିମ୍ନମାନର ନେଇ ଅସନ୍ତୋଷ,

ବେଲଗୁଣ୍ଠା, 09/07,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆଜି ଛାତ୍ରଛତ୍ରୀଙ୍କ ପାଇଁ 150 ଲିଟର୍ ବିଶିଷ୍ଟ ଏକ ସ୍ଵଚ୍ଛ ପାନୀୟ ଜଳ ପ୍ରକଳ୍ପ ସହିତ ଏକ ଥଣ୍ଡା ଏବଂ ଗରମ ଜଳ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି I ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ବିଦ୍ୟାଳୟରେ କଟାଇଥିବା ଛାତ୍ର ଜୀବନ ସମ୍ପର୍କରେ ସ୍ମୃତି ଚାରଣ କରିବା ସହ ବଡ଼ ମଣିଷ ହେବାର ସ୍ଵପ୍ନ ନଦେଖି ଭଲ ମଣିଷ ହେବାର ସ୍ଵପ୍ନ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ଏହା ସହିତ ବିଧାୟକ ଶ୍ରୀ ବିଷୋୟୀ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ I ବିଦ୍ୟାଳୟ ପକ୍ଷରୁ ବିଧାୟକ ଶ୍ରୀ ବିଷୋୟୀଙ୍କୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ଏହି ଅବସରରେ ବିଧାୟକ ଶ୍ରୀ ବିଷୋୟୀ ବିଦ୍ୟାଳୟର ପିଲାଙ୍କ ପାଇଁ ଆସୁଥିବା ମଧ୍ୟାହ୍ନଭୋଜନର ମାନ ଯାଞ୍ଚ୍ କରି ଅସନ୍ତୋଷ ପ୍ରକାଶ କରିବା ସହିତ ଏ ଦିଗରେ ଉପରିସ୍ଥ ଅଧିକାରୀ ଏବଂ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର ବିଷୋୟୀ,ଯୁବ ସମାଜସେବୀ ଜିତେନ୍ଦ୍ର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶିବରାମ ପ୍ରଧାନ,ଅବସରପ୍ରାପ୍ତ ଶିକ୍ଷକ ପିତାମ୍ବର ପରିଡ଼ା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ I ଶିକ୍ଷକ ଆକୁଳ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ଶିକ୍ଷକ ଶିବରାମ ମହାନ୍ତି,ସତ୍ୟନାରାୟଣ ପ୍ରଧାନ, ପ୍ରକାଶ ଗୌଡ଼, ନାରାୟଣ ସାହୁ, ଶିକ୍ଷୟିତ୍ରୀ ଅଳକା ମହାପାତ୍ର, ପିଙ୍କି ଦଳାଇ,ଦୀପା ପ୍ରଧାନ, ସ୍ମିତା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶିକ୍ଷକ ସନିତ୍ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ