Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ଥାନାରେ ନୂତନ ଅପରାଧିକ ଆଇନ ର କାଯ୍ୟକାରୀତା ସମ୍ପର୍କରେ ଆଲୋଚନା ଚକ୍ର

ବେଲଗୁଣ୍ଠା,09/07, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମାସ ପହିଲାରୁ ଭାରତରେ ବର୍ଷ ବର୍ଷ ଧରି ଚାଲିଥିବା ବ୍ରିଟିଶ୍ ଆଇନ୍ ର ଅନ୍ତ ଘଟିବା ସହିତ ଲାଗୁ ହୋଇଛି ନୂତନ ଫୌଜଦାରୀ ଆଇନ୍ I ସୂଚନା ପ୍ରକାରେ ବ୍ରିଟିଶ୍ ଆଇନ୍ ଭାରତୀୟ ପିଙ୍ଗଳ କୋଡ଼୍ (ଆଇପିସି),ଫୌଜଦାରୀ ଦଣ୍ଡ ବିଧି ଆଇନ୍ (ସିଆରପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ୍ (ଆଇଇଏ) ବଦଳରେ ଯଥାକ୍ରମେ ଲାଗୁ ହୋଇଛି ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ I ଏହି ପ୍ରରିପ୍ରେକ୍ଷୀରେ ନୂତନ ଅପରାଧିକ ଆଇନ୍ ର କାର୍ଯ୍ୟକାରିତା ସମ୍ପର୍କରେ ଏକ ଆଲୋଚନା ଚକ୍ର ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ଅନ୍ୟତମ ଅତିଥି ଭାବେ ରୋଟାରୀ କ୍ଲବ୍ ଉପ ପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର, ସବ୍ଇନ୍ସପେକ୍ଟର ଅଭୟ ପ୍ରଧାନ, ନାରାୟଣ ନାୟକ, ଏଏସ୍ଆଇ ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ I
ଥାନା ଅଧିକାରୀ ଶ୍ରୀ ପ୍ରଧାନ ଏବଂ ତହସିଲଦାର ଶ୍ରୀ ପ୍ରଧାନ ନୂତନ ଆଇନ୍ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିବା ସହ ଏହା ଦ୍ୱାରା ଲୋକେ କିପରି ଲାଭବାନ୍ ହୋଇପାରିବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ଥାନା ଅଧିକାରୀ ଏହି ନୂତନ ଆଇନ୍ ସମ୍ପର୍କରେ କହିଥିଲେ ଯେ ଜଣେ ବ୍ୟକ୍ତି ଥାନାକୁ ନଯାଇ ମଧ୍ୟ ଯେକୗଣସି ସ୍ଥାନରେ ରହି ଅନ୍ ଲାଇନ୍ ମାଧ୍ୟମରେ ପୋଲିସ୍ ନିକଟରେ ଅଭିଯୋଗ ଦାୟର କରିପାରିବ I ସେହିପରି ଇଲେକ୍ଟ୍ରୋନିକ୍ ମାଧ୍ୟମ ତଥା ଏସ୍ଏମ୍ଏସ୍ ମଧ୍ୟମରେ ଅଭିଯୁକ୍ତକୁ ସମନ୍ ଜାରି କରାଯିବ I ସମସ୍ତ ଜଘନ୍ୟ ଅପରାଧର ଭିଡ଼ିଓଗ୍ରାଫ କରାଯିବ I ସେହିପରି ନୂଆଁ ଆଇନ୍ ବ୍ୟବସ୍ଥା ଅନୁଯାୟୀ ଶୁଣାଣୀ ଶେଷର 45 ଦିନ ମଧ୍ୟରେ ରାୟ ପ୍ରକାଶ ପାଇବ I ପ୍ରଥମ ଶୁଣାଣିର ଷାଠିଏ ଦିନ ମଧ୍ୟରେ ଚାର୍ଜଫ୍ରେମ କରାଯିବ I ବଳାତ୍କାର ପୀଡ଼ିତାଙ୍କ ବୟାନ୍ ମହିଳା ପୋଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ରେକର୍ଡ଼ କରାଯିବ ଏବଂ ବୟାନ୍ ରେକର୍ଡ୍ ସମୟରେ ପୀଡିତାର ଅବିଭାବକ ଉପସ୍ଥିତ ରହିବେ I ଏହି ସବୁ ଆଇନ୍ କୁ କାର୍ଯ୍ୟକାରି କରାଯିବା ସହିତ ପୋଲିସ୍ ଲୋକଙ୍କ ବନ୍ଧୁ ଭାବେ କାର୍ଯ୍ୟ କରିବ ଏବଂ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା, ଗରୀବ ଏବଂ ଅସହାୟ ଲୋକଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ପୋଲିସ୍ ତ୍ୱରିତ୍ ପଦକ୍ଷେପ ଗ୍ରହଣ କରିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, କାଉନସିଲର୍ ଭାସ୍କର ପାତ୍ର, ପ୍ରଦୀପ ସେଠୀ, ବିଶ୍ଵନାଥ ଦଳାଇ, କାଉନସିଲର୍ ପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି,ରଞ୍ଜିତ୍ କୁମାର ସାମଲ, ସୋମନାଥ ବେହେରା, ସନ୍ତୋଷ ସ୍ୱାଇଁ, ଇଙ୍ଗିନାଠି ସରପଞ୍ଚ ଶୁକଦେବ ସ୍ଵାଇଁ, ନୂଆଁ ଗାଁ ସରପଞ୍ଚ ଅଚ୍ୟୁତ ସାହୁ, ସାମ୍ବାଦିକ ଶିବରାମ ଚୌଧୂରୀ, ତୋଫାନ ସାହୁ, ଶିକ୍ଷାବିତ୍ ରବୀନ୍ଦ୍ର ଚୌଧୂରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ନୂତନ ଆଇନ୍ ର କାର୍ଯ୍ୟକାରିତା କ୍ଷେତ୍ରରେ ଅଞ୍ଚଳର ବୁଦ୍ଧିଜୀବି, ସମାଜସେବୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ I ଏସ୍ଆଇ ଅଭୟ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ