Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବ ନାହିଁ ଭାରତୀୟ ଦଳ !

ଭୁବନେଶ୍ୱର: ଆସନ୍ତା ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ ହେବ । ଏଥିପାଇଁ ପାକିସ୍ତାନ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଭାରତୀୟ ଦଳର ମ୍ୟାଚ୍ ଲାହୋରରେ ଆୟୋଜନ କରାଇବା ପାଇଁ ଡ୍ରାଫ୍ଟକୁ ପିସିବି ଆଇସିସିକୁ ପ୍ରଦାନ କରିଛି । ଅନ୍ୟପଟେ ଏ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ପାକିସ୍ତାନ ଯିବା ନେଇ କୌଣସି ଆନୁଷ୍ଠାନିକ ବୟାନ ଜାରି କରିନାହିଁ । ମାତ୍ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାର କୌଣସି ସମ୍ଭାବନା ନାହିଁ । ଏହା ସହିତ ବିସିସିଆଇ ଆଇସିସି ନିକଟରେ ଏକ ଦାବି ମଧ୍ୟ କରିପାରେ ।

ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ଭାରତୀୟ କ୍ରିକେଟ୍ ଦଳର ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାର ସମ୍ଭାବନା ନାହିଁ । ବିସିିସିଆଇ ଆଇସିସିକୁ ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍ ଆୟୋଜନ ପାଇଁ ଅପିଲ୍ କରିବାର ସମ୍ଭାବନା ରହିଛି। ଏଥିରୁ ସ୍ପଷ୍ଟ ଯେ, ଏସିଆ କପ୍ ୨୦୨୩ ପରି ଚାମ୍ପିଅନ୍ସ ଟ୍ରଫି ୨୦୨୫ ମଧ୍ୟ ହାଇବ୍ରିଡ ମୋଡେଲ ଆଧାରରେ ପାକିସ୍ତାନକୁ ଆୟୋଜନ କରିବାକୁ ପଡିପାରେ । ଏପରିକି ବିସିସିଆଇ ସଚିବ ଜୟ ଶାହ ଟି-୨୦ ବିଶ୍ୱକପ୍ ୨୦୨୪ ପରେ କରିଥିବା ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ ସେ ବିଷୟରେ କୌଣସି ସୂଚନା ଦେଇ ନ ଥିଲେ ।

କିନ୍ତୁ ଜୟ ଶାହ ଏହା କହିଥିଲେ ଯେ, ଭାରତୀୟ ଦଳ ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବ । ଯଦି ଭାରତୀୟ ଦଳ ପାକିସ୍ତାନ ଗସ୍ତ ନ କରେ ତେବେ ହାଇବ୍ରିଡ ମୋଡେଲ୍ ଆପଣା ଯାଇପାରେ । କାରଣ ୨୦୨୩ ଏସିଆ କପ୍ ମଧ୍ୟ ହାଇବ୍ରିଡ ମୋଡେଲରେ ଖେଳା ଯାଇଥିଲା । ଏବେ ସଭିଙ୍କ ନଜର ଭାରତୀୟ ଦଳ ଏବଂ ଆଇସିସିର ନିଷ୍ପତ୍ତି ଉପରେ ନିର୍ଭର କରେ ।

PCB କାର୍ଯ୍ୟସୂଚି ଅନୁସାରେ ସମସ୍ତ ୧୫ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। ୭ଟି ମ୍ୟାଚ୍ ଲାହୋର, ତିନୋଟି କରାଚି ଏବଂ ପାଞ୍ଚଟି ରାୱଲପିଣ୍ଡିରେ ଖେଳାଯିବାକୁ ଥିବାବେଳେ କରାଚିରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ।  ତେବେ ମାର୍ଚ୍ଚ ୧ରେ ଲାହୋରରେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ ମ୍ୟାଚ୍ ରହିଛି। କିନ୍ତୁ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆକୁ ସେଠାକୁ ପଠାଇବାକୁ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଭାରତ ଏସିଆ କପ୍ ଭଳି ପାକିସ୍ତାନ ବାହାରେ ଶ୍ରୀଲଙ୍କା କିମ୍ବା ୟୁଏଇରେ ମ୍ୟାଚ୍ ଆୟୋଜନ କରିବାକୁ ଅପିଲ୍ କରିବାର ସମ୍ଭାବନା ରହିଛି।