Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ରେ ଚକ୍ଷୁ ପରୀକ୍ଷା ଶିବିର ।

ବ୍ରହ୍ମପୁର ଉପକଣ୍ଠ ପାଲୁରହିଲ ଠାରେ ଥିବା ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ରେ ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସାଳୟ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପ୍ରାୟ ୨୦୦ କର୍ମଚାରୀ, ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ସହିତ ବିନା ମୂଲ୍ୟରେ ଔଷଧ ଯୋଗେଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଶାସନ ମୁଖ୍ୟ ସୟିଦ ସୁଲେମାନ ଅଲି ଉଦଘାଟନ କରିଥିଲେ। ଏହି ଅବସରରେ ରୁବି ଚକ୍ଷୁ ଚିକିତ୍ସାଳୟ ତରଫରୁ ଡ. ବି ନାଗେଶ୍ୱର ରାଓ ସୁବୁଦ୍ଧି, ସୁଜିତ କୁମାର ଦାସ, ବିକାଶ କୁମାର ପ୍ରଧାନ, ଏବଂ ଭୀଷ୍ମ ବେହେରା ଶିବିରକୁ ପରିଚାଳନା କରିଥିଲେ | ଏହି ଶିବିର କୁ ଏନ ଏସ ଏସ ଟିମ ତରଫରୁ ନୃସିଂହ ପ୍ରସାଦ ତ୍ରିପାଠୀ, ପ୍ରଦୀପ୍ତା ବିଶ୍ୱାଳ, ଡ. ପ୍ରୀତି ରଞ୍ଜନ ସାହୁ, ଡ. ସୁବ୍ରତ କୁମାର ଭୂୟାଁ, ରବି ସତ୍ୟନାରାୟଣ ମୂର୍ତି, ସରତ କୁମାର ଜେନା, ପିତାମ୍ବର ସାହୁ, ଏବଂ ଏନ ଏସ ଏସ ର ସୋନୁ ରାଜ, ନିଖିଳ କୁମାର, ଯବନିକା, ପ୍ରତିଭା ଭାରତୀ, ବତ୍ସଳI, ନନ୍ଦିନୀ, ଆଧ୍ୟାନଶୁ, ଏଲିନା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories