Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପରୁ ଖରିଫ ଜଳସେଚନ ଆରମ୍ଭ

କଳାହାଣ୍ଡି, ୧୨/୦୭ (ଜଗନ୍ନାଥ ନାଏକ) :
ଆଜିଠୁ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପରୁ ଖରିଫ ଜଳସେଚନ ଆରମ୍ଭ ହୋଇଛି । ଇନ୍ଦ୍ରାବତୀ ବାମ, ଦକ୍ଷିଣ ଓ ମେଗା ଲିଫ୍ଟ କେନାଲ ମାଧ୍ୟମରେ ଚାଷୀଙ୍କୁ ଜଳ ଯୋଗାଣ ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳସେଚନ ଜିଲ୍ଲାର ଅର୍ଥନୀତି ଓ କର୍ମ ଯୋଗାଣ କ୍ଷେତ୍ରରେ ଜୀବନ ରେଖା ପାଲଟି ଥିବା ବେଳେ ଚଳିତ ଖରିଫ ଜଳସେଚନରେ ବାମ ମୁଖ୍ୟ କେନାଲରେ ୫୭୬୭୯, ଦକ୍ଷିଣ ମୁଖ୍ୟ କେନାଲରେ ୩୪୦୮୦, ଓ ମେଗା ଲିଫ୍ଟ କେନାଲରେ ପରିବର୍ଦ୍ଧିତ ଆୟକଟ ସହିତ ୨୬୨୮୧ ହେକ୍ଟର ମୋଟ ୧ ଲକ୍ଷ୍ୟ ୧୮ ହଜାର ୪୧ ହେକ୍ଟର ଜମିରେ ଜଳସେଚନର ଲକ୍ଷ ରଖାଯାଇ ଥିବା ସୂଚନା ମିଳିଛି । ଏଥିରେ ପ୍ରାୟ ୩୯୩ ଗ୍ରାମର ଚାଷୀ ଚାଷ ପାଇଁ ପାଣି ପାଇପାରିବେ ।  ଗତ ବର୍ଷ ଏହି ସମୟରେ ୬୨୯ ମିଟର ଜଳସ୍ତର ଥିବା ବେଳେ ଏଥର ଦୁଇ ମିଟର କମ ୬୨୭.୩୮ ରହିଛି। ଚଳିତ ବର୍ଷ କମ ବର୍ଷା ତଥା ଦୁଇ ମିଟର କମ ଜଳସ୍ତର କୁ ନେଇ କିଭଳି ଜଳ ସେଚନ ହେବ ତାକୁ ନେଇ ଚାଷୀ ମହଲରେ ଚିନ୍ତା ଦେଖା ଦେଇଛି। ଯଦି ଚଳିତ ବର୍ଷ ଆଶାନୁରୂପ ବର୍ଷା ନହୁଏ ତେବେ ଖରିଫ ଚାଷ ପ୍ରଭାବିତ ହେବା ସହ ରବି ଋତୁରେ ଜଳ ସେଚନ ଓ ବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରଭାବିତ ହେବ ବୋଲି ଏବେଠୁ ଜଣାପଡ଼ିଗଲାଣି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ