କାମଠଣା ଓ ରାଇସିଙ୍ଗପୁର ଠାରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଶୁଭ ଉଦଘାଟନ ଆରମ୍ଭ


କଳାହାଣ୍ଡି, ୧୨/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କାମଠଣା ଗ୍ରାମ ପଞ୍ଚାୟତ ଏବଂ ରାଇସିଙ୍ଗପୁର ଠାରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି ∣ ଏହି ଉଦଘାଟନ ସଭାରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ ଓ ସମ୍ମାନିତ ଅଥିତି ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ଯୋଗ ଦେଇ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଶୁଭ ଉଦଘାଟନ କରିଥିଲେ ∣ ଏହି ଉଦଘାଟଣୀ ସଭାରେ ସ୍ଥାନୀୟ ସରପଞ୍ଚ ଲୋକନାଥ ଦୁର୍ଗା, ଆର.ଡି ବିଭାଗର ନିର୍ବାହୀ ଅଧିକାରୀ, କଳାହାଣ୍ଡି ତହସିଲଦାର ଶୁଭସ୍ମିତା ମିଶ୍ର ଯୋଗ ଦେଇ ଶୁଭ ଉଦଘାଟନରେ ନେତୃତ୍ୱ ନେଇ ଥିଲେ ∣ ଏହି ଉଦଘାଟଣୀ ସଭାରେ ସ୍ଥାନୀୟ ଗରିବ ଲୋକ ମାନଙ୍କୁ ନିଜର ଜୀବନ ଜୀବିକା କରିବା ପାଇଁ ଜଙ୍ଗଲ ଜମି ପଟା ୫୦ ଜଣଙ୍କୁ ପ୍ରଦାନ କରାଯାଇଥିଲା ∣ ତହସିଲଦାର ସ୍ଥାନୀୟ ଜନସାଧାରଣଙ୍କ ସେବା ଯୋଗାଇବା ପାଇଁ ଏହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି , ଆପଣମାନେ ଆପଣଙ୍କ ଜାଗା ଜମି ସମସ୍ୟା ସବୁ ଆଣି ଶାନ୍ତି ଶୃଙ୍ଖଳା ସହିତ କାର୍ଯ୍ୟ କରିବେ ଯଦି କିଛି ଅସୁବିଧା ହୁଏ ତାହେଲେ ମୋତେ ଜଣାଇବେ ବୋଲି ଜନ ସାଧାରଣରେ ପ୍ରକାଶ କରିଥିଲେ ∣