Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏମ ବି ଏ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ବୈଠକ ହଲ ଠାରେ ଆଜି କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଙ୍କ ସଭାପତିତ୍ବ ରେ ଏମ ବି ଏ ବିଭାଗ ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଭାଗର ବିଭାଗୀୟ ମୁଖ୍ୟ ତଥା ସମ୍ମିଳନୀ ର ଆବାହକ ପ୍ରଫେସର୍ ନିହାର ରଞ୍ଜନ ମିଶ୍ର ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମାରବର୍ ଦାଶ ଯୋଗ ଦେଇ କୋଭିଡ୍ ପରବର୍ତ୍ତୀ ସମୟରେ ସ୍ଥାୟୀ ଉଦ୍ୟୋଗୀ ପାଇଁ ରଣ କୌଶଳ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ମୁମ୍ବାଇ ଏକ୍ସସିସ୍ ବ୍ୟାଙ୍କ ମୁଖ୍ୟ ପ୍ରଶାନ୍ତ କୁମାର ଦାଶ, ନିୟୁଜିଲାଣ୍ଡ ଭିକ୍ଟୋରିଆ ବିଶ୍ଵବିଦ୍ୟାଳୟ ୱେଲିଙ୍ଗଟନ ର ପ୍ରଫେସର୍ ଭିପୁଲ୍ ଜୈନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଭିନ୍ନ ଲଘୁ ଉଦ୍ୟୋଗର କୋଭିଡ଼ ପରବର୍ତୀ ସମୟରେ ପରିଚାଳନା ସମ୍ବନ୍ଧୀୟ ଦିଗରେ ଦୃଷ୍ଟି ପାତ କରିଥିଲେ।ଅନ୍ୟ ତମ ସମ୍ମାନୀତ ଅତିଥି ଭାବେ ୟୁକେ ସ୍ଥିତ ସାଉଥମ୍ପଟନ ବିଶ୍ଵବିଦ୍ୟାଳୟ ର ଅର୍ଥନୀତି ବିଭାଗର ପ୍ରଫେସର ତାପସ ମିଶ୍ର ଯୋଗ ଦେଇ ଶୀର୍ଷକ ସମ୍ବନ୍ଧୀୟ ମତ ବ୍ୟକ୍ତ କରିଥିଲେ। ଏଥିରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ମଞ୍ଚାସିନ ରହି ନିଜ ନିଜ ମତବ୍ୟକ୍ତ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।ଶେଷରେ ଡ଼ଃ ସାରଦା ପ୍ରସାଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଧାରଣୀୟ ଉଦ୍ୟୋଗି କରଣର ଭବିଷ୍ୟତ ରଣ କୌଶଳ ପ୍ରସ୍ତୁତି ଶୀର୍ଷକ ଆଧାରରେ ଏକ ସମ୍ପାନ୍ ଅନୁଷ୍ଟିତ ହୋଇଥିଲା। ଏଥିରେ ଭୁବନେଶ୍ୱର ଆଇ ଆଇ ଟି ପ୍ରଫେସର୍ ନରେଶ ଚନ୍ଦ୍ର ସାହୁ ,ଭାରତୀୟ ଷ୍ଟିଲ ପ୍ରାଧିକରଣ ପୂର୍ବତନ ମୁଖ୍ୟ ଲକ୍ଷ୍ମୀ ନାରାୟଣ ମଲିକ, ଖ୍ୟାତି ସମ୍ପନ୍ନ କଷ୍ଟ ଆକାଉଣ୍ଟାଣ୍ଟ ଶିବ ପ୍ରସାଦ ପାଢ଼ୀ ଆଲୋଚକ ଭାବେ ଯୋଗ ଦେଇ ଗବେଷଣାତ୍ମକ ଅଭିଭାଷଣ ପ୍ରଦାନ କରିଥିଲେ। ତୃତୀୟ ପର୍ଯ୍ୟାୟରେ କୀଟ ବିଶ୍ଵବିଦ୍ୟାଳୟ ର ପ୍ରଫେସର୍ ରବି ନାରାୟଣ ସୁବୁଦ୍ଧି,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପୂର୍ବତନ ପ୍ରଧ୍ୟାପକ ପ୍ରଫେସର୍ ଅରୁଣ କୁମାର ପଣ୍ଡା ଯୋଗ ଦେଇ ଗବେଷକ ଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏଥିରେ ପ୍ରାୟ ୧୫ ଜଣ ଗବେଷକ ଗବେଷକା ମାନେ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭାଗର ପ୍ରଫେସର୍ ସୁଶାନ୍ତ କୁମାର ବରାଳ,ସହକାରୀ ପ୍ରଫେସର ସୁନିଲ କୁମାର ପ୍ରଧାନ ,ନିଯୁକ୍ତି ଅଧିକାରୀ ଡ଼ଃ ସୁମନ କଲ୍ୟାଣ ଚୌଧୁରୀ, ଅlଷ୍ୟlଶ୍ରି ପ୍ରହରାଜ,ଅଶୋକ ପାତ୍ର, ଶ୍ରୀନିବାସ ରାଓ,କେ.ସୌଦାମିନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories