Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମରେ ଆସୁନି ଜରୁରୀକାଳୀନ ନମ୍ବର

କଳାହାଣ୍ଡି, ୧୩/୦୭ (ଜଗନ୍ନାଥ ନାଏକ) : କୋକସରା ବ୍ଲକ କାଉଡୋଲା ଠାରେ ପ୍ରଶାସନ ପକ୍ଷରୁ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଫଳକ ମାଧ୍ୟମରେ ଜରୁରୀକାଳୀନ ମୋବାଇଲ ନମ୍ବର ଜାରି କରାଯାଇଛି। ହେଲେ ଏହି ନମ୍ବର ଜରୁରୀ ସମୟରେ ଲୋକଙ୍କ କୈାଣସି କାମରେ ଆସି ପାରୁନାହିଁ। ଯାହାକୁ ନେଇ ବୃଦ୍ଧିଜିବୀ ଓ ସଚେତନ ନାଗରିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଅନୁସାରେ, ଜରୁରୀକାଳୀନ ପରିସ୍ଥିତିରେ ଲୋକେ ଯେମିତି ପୋଲିସ ଓ ଅଗ୍ନିଶମ ବିଭାଗର ତୁରନ୍ତ ସେବା ଓ ସହଯୋଗ ପାଇବେ ସେନେଇ ୨୬ ଜାତୀୟ ରାଜପଥ କଡ଼ର କୋକସରା ବ୍ଲକ କାଉଡୋଲା ଠାରେ ଫଳକ ଲଗାଇ ଆମ୍ବୁଲାନ୍ସ ସମେତ ଅନ୍ୟ ଦୁଇଟି ନମ୍ବର ଅଗ୍ନିଶମ ବାହିନୀର ନଂ- ୭୬୫୫୦୮୬୭୯୮ ଓ ପୋଲିସ ପ୍ରଶାସନର ନଂ- ୭୬୮୨୮୩୩୧୧୬ ନମ୍ବର ଜାରି କରାଯାଇଛି। ହେଲେ ଜରୁରୀକାଳୀନ ସେବା ନିମନ୍ତେ ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନର ଉକ୍ତ ଦୁଇଟି ନମ୍ବରରେ ଇନ୍ କମିଙ୍ଗ କଲ୍ ନଥିବାରୁ କଲ କଲେ ମଧ୍ୟ ଲାଗୁନାହିଁ। ଏଭଳି ଜରୁରୀକାଳୀନ ନମ୍ବରରେ ଇନ୍ କମିଙ୍ଗ କଲ୍ ସୁବିଧା ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜାତୀୟ ରାଜପଥର କାଉଡୋଲାର ଏହି ବୁଲାଣି ନିକଟରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ, ତେବେ ଏହି ରାସ୍ତାରେ ଯିବା ଆସିବା ସମୟରେ କୈାଣସି ଦୁର୍ଘଟଣା ଘଟେ ତେବେ ଲୋକେ ପ୍ରଥମେ ପୁଲିସ କିମ୍ବା ଅଗ୍ନିଶମ ବିଭାଗର ସହାୟତା ଲୋଡିଥାନ୍ତି। ଜରୁରୀ ସେବା ନିମନ୍ତେ ଜାରି ହୋଇଥିବା ନମ୍ବର ବର୍ତ୍ତମାନ ଲୋକଙ୍କ କାମରେ ଲାଗୁ ନଥିବାବେଳେ କୈାଣସି ଅଘଟଣ କିମ୍ବା ଦୁର୍ଘଟଣା ଘଟେ ତା’ ହେଲେ ଲୋକେ କାହିରି ସାହାଯ୍ୟ ନେବେ? । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ତୁରନ୍ତ ଏହି ଜରୁରୀକାଳୀନ ନମ୍ବରକୁ କାର୍ଯ୍ୟକାରୀ କରାଯାଉ ବୋଲି ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ