Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନିଦଫା ଦାବି ସହ ବିଭିନ୍ନ ସମସ୍ୟା ନେଇ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ବିଧାୟକଙ୍କୁ ସ୍ମାରକ ପତ୍ର

ବେଲଗୁଣ୍ଠା,13/07, ଆଗାମୀ ଦିନରେ ବିଧାନସଭା ବୈଠକ ବସିବାକୁ ଥିବା ବେଳେ ନିଜର ତିନି ଦଫା ଦାବି ଜଣାଇ ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର କର୍ମକର୍ତ୍ତା I ଆଜି ବେଲଗୁଣ୍ଠା ପ୍ରଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ନେତୃତ୍ୱରେ ଉପସଭାପତି ଶଲ୍ୟ କୁମାର ସିଅ, ସମ୍ପାଦକ ମନୋରଞ୍ଜନ ବିଷୋୟୀ, କ୍ଳଷ୍ଟର୍ ଇନ୍ ଚାର୍ଜ ଛାୟାକାନ୍ତ ମହାପାତ୍ର, କେଦାରନାଥ ନାୟକ, ଅଚ୍ୟୁତ ବ୍ରହ୍ମା, ଶିଶିର କୁମାର ସ୍ୱାଇଁ, ନରେଶ ବ୍ରହ୍ମା, ଟୁକୁନା ବେହେରା, ଚିନ୍ମୟ ପ୍ରଧାନ, ଆକୁଳ ସାହୁ ପ୍ରମୁଖ ବିଧାୟକ ଶ୍ରୀ ବିଷୋୟୀଙ୍କୁ ତାଙ୍କ ବାସ ଭବନରେ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି I ସ୍ମାରକ ପତ୍ରରେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ଏବଂ ନୋସନାଲ୍ ଇନକ୍ରିମେଣ୍ଟ୍ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ୍ ପୁନଃ ପ୍ରଚଳନ ପାଇଁ ଦାବି ଉଲ୍ଲେଖ ରହିଛି I ସେହିପରି ଶିକ୍ଷକ ସଂଘ କର୍ମକର୍ତ୍ତା ମାନେ ବିଧାୟକ ଶ୍ରୀ ବିଷୋୟୀଙ୍କ ସହିତ ବିଇଓ କାର୍ଯ୍ୟାଳୟରେ ଲାଗିରହିଥିବା କିରାଣୀ ସମସ୍ୟା ଏବଂ ବ୍ଳକ୍ ର ଶିକ୍ଷକ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବ ସଂଘର ବାର୍ଷିକ ବୈଠକରେ ଯୋଗ ଦେବାପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ I ସେହିପରି ବ୍ଳକ୍ ରେ କାର୍ଯ୍ୟରତ 15 ଜଣ କନିଷ୍ଠ ଶିକ୍ଷୟିତ୍ରୀ ସେମାନଙ୍କର ଠିକା ଅବଧି ପୂରଣ ହୋଇଯାଇଥିବାରୁ ସେମାନଙ୍କ ନିୟମିତ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବା ପାଇଁ ବିଧାୟକ ଶ୍ରୀ ବିଷୋୟୀଙ୍କୁ ଅନ୍ୟ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ I କନିଷ୍ଠ ଶିକ୍ଷୟିତ୍ରୀ ସଙ୍ଗୀତା ପ୍ରଧାନ, ସ୍ମିତା ନାୟକ,ଦୀପା ପ୍ରଧାନ,ମାଣିକ ବଳ, ରଶ୍ମିଶ୍ରୀ ସ୍ୱାଇଁ,ଦୀପା କହଁର ଏବଂ ସାଗରିକା ସୁବୁଦ୍ଧି ବିଧାୟକ ଶ୍ରୀ ବିଷୋୟୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ I ବିଧାୟକ ଶ୍ରୀ ବିଷୋୟୀ ପ୍ରାଥମିକ ଶିକ୍ଷକ ମାନଙ୍କର ତିନି ଦଫା ଦାବି ସମ୍ପର୍କରେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିବା ସହିତ କନିଷ୍ଠ ଶିକ୍ଷୟିତ୍ରୀଙ୍କ ନିୟମିତ ହେବା ଦିଗରେ ଗଞ୍ଜାମ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃ୍ତି ଦେଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ