Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ ରେ ମନ୍ତ୍ରୀ ଙ୍କ ସମିକ୍ଷା ବୈଠକ।ହାତଗଣତି ଜନପ୍ରତିନିଧି ଉପସ୍ଥିତ ରହିଥିବା ରୁ କ୍ଷୋଭ।ବିଭାଗୀୟ ଅଧିକାରୀ କାମ କରିବାକୁ ଇଚ୍ଛା ନଥିଲେ ନିଜେ ନିଜେ ଅନ୍ୟତ୍ର ବଦଳି ହୋଇ ଯାଆନ୍ତୁ।

ଗୋପାଳପୁର,୧୩/୦୭
ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ରେ ଆଜି ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ଦ୍ବାରା ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ନିର୍ବାଚନ ପରେ ମନ୍ତ୍ରୀ ଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ କୁ ପ୍ରଥମ ଗ୍ରସ୍ତ ରହିଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜେନା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା ଙ୍କ ପକ୍ଷରୁ ଅନୁଷ୍ଠିତ ସମିକ୍ଷା ବୈଠକରେ ହାତଗଣତି ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିବାରୁ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ଜନପ୍ରତିନିଧି ମାନଙ୍କ ବୈଠକରେ ଅନୁପସ୍ଥିତି କୁ ନେଇ ପଞ୍ଚାୟତ ମେନୁଆଲ ଅନୁସାରେ କାର୍ଯାନୁଷ୍ଠାନ ନେବାକୁ ବିଡିଓ ଙ୍କୁ ଜଣାଇଥିଲେ।୨ ବର୍ଷ ଧରି କ’ଣ ପାଇଁ ସମିତି ବୈଠକ ଡକା ଯାଇନଥିଲା ନେଇ ପଚାରିବା ତୁରନ୍ତ ସମିତି ବୈଠକ ଡକାଯିବାକୁ ବିଡ଼ିଓ ଙ୍କୁ ତାଗିଦ୍ କରିଥିଲେ।ଏହା ସହ ରଙ୍ଗେଇଲୁଣ୍ଡା ବ୍ଲକ କୁ ସରସ ସୁନ୍ଦର କରିବା ସହ ସମସ୍ତେ ଏକାଠି ହୋଇ ସରକାରୀ ଯୋଜନାକୁ କିପରି ଅଞ୍ଚଳରେ କାର୍ଯ୍ୟ କରିବା ସେନେଇ ମନ୍ତ୍ରୀ ନିଜର ବକ୍ତବ୍ୟରେ କହିବା ସହ ତଳସୁରରୁ ଉପରସ୍ତରର ଅଧିକାରୀମାନେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ମନ୍ତ୍ରୀ କହିଥିଲେ, ବିଗତ ବର୍ଷ ମାନଙ୍କରେ ବ୍ଲକ ସହିତ ମୁଁ ସରପଞ୍ଚ , ଜିଲ୍ଲାପରିଷଦ ଭାବେ ସାଧାରଣରେ ଜଡିତ ଥୁଲି । ବର୍ତମାନ ମନ୍ତ୍ରୀ ହୋଇଛି । ତେଣୁ ଏହି ଅଞ୍ଚଳ ର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାନ ସଭାରେ ଆଲୋଚନା କରିବି। ଦଳମତ ନିର୍ବିଶେଷରେ ବ୍ଲକ୍ ର ଉନ୍ନତି ପାଇଁ ସମସ୍ତେ ଏକାଠି କାମ କରିବାକୁ ସେ ଆହ୍ୱାନ କରିଥିଲେ। ପଞ୍ଚାୟତ ରୁ ସରପଞ୍ଚ ଭାବେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅଞ୍ଚଳବାସି ଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ନେଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ କେବଳ ବିଜେପି ସମର୍ଥିତ ୧୧ଜଣ ଆସିଥିବା ବେଳେ ଅନ୍ୟ ମାନେ ଯଦି ରାଜନୈତିକ ଉଦ୍ଦେଶ୍ୟ ରଖି ବୈଠକର ଯୋଗ ଦେଇ ନାହାନ୍ତି ତାହା ହେଲେ ଆଗାମୀ ଦିନରେ ପଞ୍ଚାୟତ ପ୍ରତିନିଧି ମାନେ ଏପରି କାର୍ଯ୍ୟକଳାପ ରୁ ବିରତି ରହିବାକୁ ପରାମର୍ଶ ଦେଇଥିଲେ। ପଞ୍ଚାୟତ ପ୍ରତିନିଧି ମାନେ ନିର୍ଦଳିୟ ହୋଇଥିବା ବେଳେ ନିଜ ପଞ୍ଚାୟତ ର ବିକାଶ ପାଇଁ ନିଜକୁ ଏକ ନିର୍ଦ୍ଧିଷ୍ଟ ଦଳର ଭାବି କାର୍ଯ୍ୟ କରିବାରୁ ଦୂରେଇ ରହିବାକୁ କହିଥିଲେ। ଆଗାମୀ ଦିନରେ ଦଳ ମତ ନିର୍ବିଶେଷରେ ସମସ୍ତ ସମିତି ସଭ୍ୟ ସରପଞ୍ଚ ମାନେ ବୈଠକ କୁ ଆସିବାକୁ ପରାମର୍ଶ ଦେଇଥିଲେ। ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ ସୂଚାରୁ ରୂପେ ତୁଲାଇ ବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ର ସିଡିପିଓ ଙ୍କୁ ତାଗିଦ୍ କରିଥିଲେ। ଏହା ପରେ ବ୍ଲକ ଶିକ୍ଷାବିଭାଗ ରେ ଦାୟିତ୍ଵ ହୀନତା କାର୍ଯ୍ୟ ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ତାଗିଦ୍ କରିବା ନିଜ କାର୍ଯ୍ୟ କୁ ସୂଚାରୁ ରୂପେ ସମ୍ପାଦନ କରିବାକୁ କହିଥିଲେ।। ବ୍ଲକ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରୁଥିବା ଓ ଗତ ସରକାର ସମୟରେ ସେମାନଙ୍କ ବେଳେ ହାତ ବାରିଶି ସାଜି କାମ କରୁଥଲେ ଏଣିକି ଏପରି ଚଳିବନି ବୋଲି ବିଡ଼ିଓ ଙ୍କୁ ତାଗିଦ୍ କରିବା ସହ କର୍ମଚାରୀ ମାନେ ନିଜ ନିଜ ଦାୟିତ୍ୱ ସୂଚାରୁରୂପେ ସମ୍ପାଦନା କରିବାକୁ ଇଚ୍ଛା ନଥିଲେ ନିଜେ ନିଜେ ଏଠାରୁ ବଦଳି ହୋଇ ଚାଲି ଯାଇପାରନ୍ତି ବୋଲି ମନ୍ତ୍ରୀ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ତାଗିଦ୍ କରିବା ଦେଖା ଯାଇଥିଲା।ଏହା ସହ ଆଜି ର ସଭାରେ ବିଡ଼ିଓ ଅଂଶୁମାନ ମହାପାତ୍ର,ବିଇଓ ଦେବେନ୍ଦ୍ର ବେହରା,ସିଡିପିଓ ଜ୍ୟୋସ୍ନା ପାଢ଼ୀ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।

More Stories