ମିଳିତ ଅଭିଯୋଗ ଶୁଣାଣୀ ରେ ସୀମାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା କୁ ନେଇ ଉଦବେଗ ମଦ୍ୟପାନ କରୁଥିବା ଶିକ୍ଷକ ଙ୍କ ପାଇଁ ବିଗୁଡୁଛି ଶିକ୍ଷା ବ୍ୟବସ୍ଥା ଉତ୍ତର ଦେଲେବିଇଓ


ପଟ୍ଟାଙ୍ଗି୧୬/୦୭ନିର୍ବାଚନ ସରିବାର ଦୀର୍ଘ ୦୩ ମାସ ପରେ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହିପରି ସ୍ଥିତିରେ ବର୍ତ୍ତମାନ କୋରାପୁଟ ଜିଲ୍ଲା ତଥା ପଡୋଶୀ ଆନ୍ଧ୍ର ରାଜ୍ୟ
ସୀମାକୁ ଲାଗି ରହିଥିବା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ସଭା ଗୃହରେ ବ୍ଲକ ପ୍ରଶାସନ ସହଯୋଗ ରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ଙ୍କ ଅନୁପସ୍ଥିତିରେ ଏଡିଏମ୍ ରାଜସ୍ୱ ଆଲୋ ମଣି ସେଠି , ସିଡିଓ ଦେବାଶିଷ ପଟ୍ଟନାୟକ ଏବଂ ଡିଡି ଡିପିଏମୟୁ ସୁର୍ଯ୍ୟ କାନ୍ତ ବେହେରା ପ୍ରମୁଖ ଅଧିକାରୀ ଉପସ୍ଥିତ ରହି ମିଳିତ ଅଭିଯୋଗ ଶୁଣାଣୀ ରେ ଲୋକଙ୍କ ଠାରୁ ଆସିଥିବା ୭୮ ଲିଖିତ ଅଭିଯୋଗ ର ଶୁଣାଣୀ କରିବା ସହ ଆସିଥିବା ଅଭିଯୋଗ ର ଉପସ୍ଥିତ ସମ୍ପୃକ୍ତ ବିଭାଗର ଅଧିକାରୀ ଙ୍କୁ ତୁରନ୍ତ ସମାଧାନ କରିବା କୁ ପରାମର୍ଶ ଦେଇଥିଲେ । ଏହି ସମୟରେ ବ୍ଲକର ସୀମାନ୍ତ ସୁଙ୍କି , ପେଟୁରୁ , ଅମ୍ପାବାଲି ଏବଂ ତଳଗଲୁର ପ୍ରମୁଖ ୦୪ଟି ପଞ୍ଚାୟତ ମାନଙ୍କରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବା ସହ ଶିକ୍ଷକ ମାନେ ଠିକ୍ ସେ ବିଦ୍ୟାଳୟ କୁ ଯାଉନଥିବା ଯୋଗୁଁ ପିଲାମାନେ ମଧ୍ୟ ପାଠ ପଢିବା କୁ ଆସୁନାହାନ୍ତି ।
ଯାହା ଫଳରେ ସୀମାନ୍ତ ଉପରୋକ୍ତ ପଞ୍ଚାୟତ ମାନଙ୍କରେ ଓଡିଆ ଭାଷା ଏକ ପ୍ରକାର ଲୋପ ପାଇବା କୁ ବଶିଲାଣି ବୋଲି ଅଞ୍ଚଳ ବାସି ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଏଡିଏମ୍ ସେଠି ଅସନ୍ତୋଷ ପ୍ରକାଶ କରି ଅଭିଯୋଗ ଶୁଣାଣୀ ରେ ଉପସ୍ଥିତ ରହିଥିବା ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ କାହିଁକି ଏହିପରି ଅବ୍ୟବସ୍ଥା ହେଉଛି ଏବଂ ଆପଣ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଏଡିଏମ୍ ସେଠି । ଏହି ସମୟରେ ବ୍ଲକ ଶିକ୍ଷା ଅଧିକାରୀ ମୁଁ ନିୟମିତ ବିଦ୍ୟାଳୟ ପରିଦର୍ଶନ କରୁଛି । ଯେଉଁ ଶିକ୍ଷକ ମାନେ ନିଜ କାର୍ଯ୍ୟ ରେ ଅବହେଳା କରୁଛନ୍ତି ସେମାନଙ୍କୁ ନିଲମ୍ବିତ ମଧ୍ୟ କରିଛି ବୋଲି ଉତ୍ତର ଦେଇ ମଦ୍ୟପାନ କରୁଥିବା ଶିକ୍ଷକ ମାନଙ୍କ ପାଇଁ ଏହିପରି ସମସ୍ୟା ଉପୁଜୁଛି ବୋଲି ବ୍ଲକ ଶିକ୍ଷା ଅଧିକାରୀ ଏଡିଏମ୍ ଙ୍କୁ କହିଥିଲେ । ଯାହାକୁ ନେଇ ଏଡିଏମ୍ ସେଠି ବିରୋକ୍ତି ହୋଇ ସେମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ତାଗିଦ୍ କରିଥିଲେ । ଅନ୍ୟପକ୍ଷରେ ଅଭିଯୋଗ ଶୁଣାଣୀ ରେ ଜଣେ ବ୍ଲକ ଶିକ୍ଷା ଅଧିକାରୀ ହୋଇ ଏହିପରି ମନ୍ତବ୍ୟ ଦେବା ଉପସ୍ଥିତ ଅନ୍ୟ ବିଭାଗର ଅଧିକାରୀ ମାନଙ୍କୁ ଚକିତ କରିଥିଲା । ସେହିପରି କୋରାପୁଟ ରୁ ପଡୋଶୀ ଆନ୍ଧ୍ର ରାଜ୍ୟ କୁ ସଂଯୋଗ କରିଥିବା ଜାତୀୟ ରାଜପଥ ର ଅନେକ ସ୍ଥାନ ଯଥା ବସଷ୍ଟାଣ୍ଡ , ମାଁ ଗୃହ ଏବଂ ରାମାରାଓ ସାହି ଛକ ପରି ଅନେକ ସ୍ଥାନ ମାନଙ୍କରେ ଖାଲ ଖମା ହୋଇଥିବାରୁ ଅନେକ ଦୁର୍ଘଟଣା ଘଟୁଥିବା ଲିଖିତ ଅଭିଯୋଗ ଆସିଥିଲା । ଯାହାକି ଏହି ସମୟରେ ସମ୍ପୃକ୍ତ ବିଭାଗର ଅଧିକାରୀ ଙ୍କୁ ତୁରନ୍ତ ଦୃଷ୍ଟି ଦେଇ ସମାନ ନିମନ୍ତେ ଏଡିଏମ୍ ସେଠ ନିର୍ଦ୍ଦେଶ ଦେଇଥିବା ବେଳେ ଉକ୍ତ ବିଭାଗର ଅଧିକାରୀ ସମର୍ଜିନି ସେଠି ଏହା ବର୍ତ୍ତମାନ ଆମ ଅଧିନରେ ନାହିଁ ଉକ୍ତ ରାଜପଥ ଏକ ଘରୋଇ କମ୍ପାନୀ ଅଧିନରେ ରହିଥିବା କହି ନିଜ ମୁଣ୍ଡରୁ ଦୋଷ ହଟାଇ ଦେଇଥିଲେ । ଏଠାରେ ସୂଚନା ଥାଉକି ଉକ୍ତ ଅଭିଯୋଗ ଶୁଣାଣି ରେ ପାନୀୟ ଜଳ ଠାରୁ ଆରମ୍ଭ କରି ରାସ୍ତା ଘାଟର ନିର୍ମାଣ ସହ କୋଟିଆ ପଞ୍ଚାୟତ ରେ ଟେଲିକମ୍ ନେଟୱର୍କ ସୁବିଧା ରେ ସୁଧାର ଆଣିବା କୁ ଲୋକ ଙ୍କ ଠାରୁ ଲିଖିତ ଅଭିଯୋଗ ଆସିଥିବା । ଉକ୍ତ କାର୍ଯ୍ୟକ୍ରମ ରେ ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗରେ ଜିଲ୍ଲା ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଜିପିଓ ଦିବାକର ପୁରୋହିତ , କନିଷ୍ଠ ଯନ୍ତ୍ରୀ ତରୁଣ ନାୟକ ଙ୍କ ସମେତ ବ୍ଲକ କର୍ମଚାରୀ କାର୍ଯ୍ୟକ୍ରମ ର ପରିଚାଳନା ରେ ସହଯୋଗ କରିଥିଲେ