Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ୍ରାଇଭର ମହାସଂଘ ତରଫରୁ ମାଆ ପାଇଁ ଗଛଟିଏ କାଯ୍ୟକ୍ରମ

ବେଲଗୁଣ୍ଠା,16/07,ଡ଼୍ରାଇଭର୍ ମହାସଂଘ ବେଲଗୁଣ୍ଠା ଶାଖା ତରଫରୁ ଆଜି ତନରଡା ଗୋଶାଳା ଠାରୁ ତନରଡା ଗ୍ରାମ ରାସ୍ତାରେ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା I ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପ୍ରସାଦ ରେଞ୍ଜର୍ ସୁଜାତା ରାଣୀ ପଣ୍ଡା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗଦେଇଥିଲେ I ତନରଡା ପୂର୍ବତନ ସରପଞ୍ଚ ତଥା ସରପଞ୍ଚ ପ୍ରତିନିଧି ଅନୀଲ୍ କୁମାର ପାଠୀ,ବେଲଗୁଣ୍ଠା ବନପାଳ ଶରତ କୁମାର ମହାନ୍ତି, ବେଲଗୁଣ୍ଠା ଶାଖା ଡ଼୍ରାଇଭର୍ ମହାସଂଘ ସଭାପତି ମଧୁସୂଦନ ଜେନା ,ଉପସଭାପତି ସନ୍ତୋଷ କୁମାର ଡାକୁଆ ଏବଂ କୋଷାଧ୍ୟକ୍ଷ ବୁଲୁ ବିଷୋୟୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ର 50 ରୁ ଉର୍ଦ୍ଧ୍ଵ ଡ଼୍ରାଇଭର୍ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I ଆଜି ଗୋଶାଳା ଛକ ଠାରୁ ଡ଼୍ରାଇଭର୍ ମହାସଂଘ ଗୃହ ପର୍ଯ୍ୟନ୍ତ ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ୍ୱ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା I ଏଥିରେ କରଞ୍ଜ, ବାଦାମ, କୃଷ୍ଣଚୁଡ଼ା କଦମ୍ବ,ଅଶୋକ,ଆତ, ଗୁଆ ଭଳି ବିଭିନ୍ନ ପ୍ରଜାତିର ଚାରା ରହିଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ