Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଜନୀକାନ୍ତ ମୁନିଙ୍କ ବାପା ୯୫ ବର୍ଷରେ ବିୟୋଗ

କଳାହାଣ୍ଡି, ୧୭/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମ ସ୍ଥିତ ନିଜ ବାସଭବନରେ ରଜନୀ କାନ୍ତ ମୁନୀଙ୍କ ବାପା ଧନେଶ୍ୱର ମୁନୀ ଇହଧାମ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ୯୫ ବର୍ଷ ହୋଇଥିଲା। ମୃତ୍ୟୁ ବେଳେ ତାଙ୍କ ର ୩ ଜଣ ପୁଅ ଓ ୨ ଜଣ ଝିଅ ଉପସ୍ଥିତ ରହିଥିଲେ। ଅନ୍ତିମ ସଂସ୍କାର ସମୟରେ ମଝିଆ ଝିଅ ଭୁବନେଶ୍ୱରେ ରହୁଥିବା ଝିଅ ପହଞ୍ଚି ପାରିନଥିଲେ। ସ୍ବର୍ଗତ ମୁନୀ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ। ସେ ଜଣେ କବି, ଲେଖକ, ଜ୍ୟୋତିଷ ଥିବା ସହିତ ମେଦିନୀପୁର ଗ୍ରାମ ପଞ୍ଚାୟତ ଓ ଗୁଡ଼ିଆଳିପଦର ଗ୍ରାମପଞ୍ଚାୟତର ସେକ୍ରେଟାରୀ ଭାବେ କାର୍ଯ୍ୟ ତୁଲାଇ ଅଞ୍ଚଳର ଜଣେ ଅତି ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ। ପରବର୍ତୀ ସମୟରେ ଗୁଡ଼ିଆଳିପଦର ଡାକଘରେ ବ୍ରାଞ୍ଚ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ ତୁଲାଇ ଥିଲେ । ସେ ଜଣେ ମିଷ୍ଟଭାସି ପରୋପକାରୀ ଥିବାରୁ ଅଞ୍ଚଳରେ ତାଙ୍କୁ ଲୋକେ ବହୁତ ସ୍ମରଣ କରୁଛନ୍ତି। ସେ ଅନେକ ଘୁମୁରା ଗୀତ ରଚନା କରଥିବା ସହ ଗୀତିନାଟ୍ୟ, ନାଟକ ଓ ଶୈବ ସଂସ୍କୃତି ଓ ଐତିହ୍ୟ ନାମକ ତଥ୍ୟ ଭିତ୍ତିକ ପୁସ୍ତକ ରଚନା କରିଛନ୍ତି । ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ୩ଜଣ ପୁଅ ବଡ଼ ପୁଅ ରଜନୀ କାନ୍ତ ମୁନୀ, ମଝିଆ ପୁଅ ରବୀନ୍ଦ୍ର କୁମାର ମୁନୀ ଏବଂ ସାନ ପୁଅ ଶରତ କୁମାର ମୁନୀ ମୁଖାଅଗ୍ନି ଦେଇଥିଲେ। ସ୍ବର୍ଗତ ମୁନୀ ଜଣେ ମେଲାପି ତଥା ପରୋପକାରୀ ବରିଷ୍ଠ ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ।
ତାଙ୍କ ମୃତ୍ୟୁ ଖବର ଜଣା ପଡ଼ିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।