ଡେଙ୍ଗାଗୁଡା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଙ୍କ ଯୋଗଦାନ।
କଳାହାଣ୍ଡି,୩୦/୦୯
କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧିନସ୍ଥ ମହିମା ପଞ୍ଚାୟତ ଡେଙ୍ଗାଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ବର୍ଷ ଧରି ପ୍ରଧାନ ଶିକ୍ଷକ ନିଯୁକ୍ତି ହୋଇନଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏମଏନ ପଦ୍ମଲୋଚନ ସାହୁ କାର୍ଯ୍ୟଭାର ତୁଲାଉଥିଲେ। ତେବେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ଙ୍କ ପଦୋନ୍ନତି ପରେ ବରିଷ୍ଠ ଶିକ୍ଷକ ତଥା ସିଆରସିସି ଥିବା ବୈକୁଣ୍ଠ ଜାଲ ପଦୋନ୍ନତି ପାଇ ବୁଧବାର ଡେଙ୍ଗାଗୁଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଛନ୍ତି। ପ୍ରଧାନ ଶିକ୍ଷକ ଙ୍କ ଯୋଗଦାନ ସମୟରେ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗୀୟ ଅଧିକାରୀ ବିଆରସିସି ତୋଫାନ ମାଝୀ,ଏବିଇଓ ସଂଜୀବ କୁମାର ପାଢ଼ୀ, ଶ୍ରୀମନ୍ତ ଧରୁଆ, ସମେତ ପୂର୍ବତନ ପ୍ରଧାନ ଏମଏନ ପଦ୍ମଲୋଚନ ସାହୁ,ବସନ୍ତ କୁମାର ଦାସ, ଡମ୍ବରୁ ବେମାଲ, ଜନ୍ମେଜୟ ପ୍ରଧାନ, ଶିଶୁ ସେବିକା ସୌଭାଗ୍ୟ ନାଏକ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ

